ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଣ୍ଡ୍ରିଜୋର ପଞ୍ଚାୟତ ର ବିଛୁବାହାଲି ଗାଆଁ ରେ ୧ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ୨୨୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ଉକ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବା ସମୟରେ ତନ୍ମଧ୍ୟରୁ ଗୋଟିଏ ଶିକ୍ଷକ ଜ୍ୟୋତିର୍ମୟ ନାଗ କୁ ବଦଳି ପାଇଁ ନୋଟିସ ଆସିଛି। ଏହାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ତଥା ଅଭିବାବକ ସ୍କୁଲ ଗେଟ୍ କୁ ତାଲା ପକାଇ ଧାରଣାରେ ବସିଛନ୍ତି।ଏ ସମ୍ପର୍କରେ ଆମେ ଯେତେବେଳେ ଛାତ୍ରଛାତ୍ରୀ ଙ୍କୁ ପଚାରି ବୁଝିଥିଲୁ ତାଙ୍କ କହିବା ଅନୁଯାୟୀ ସ୍କୁଲରେ ଯେହେତୁ କମ୍ ଶିକ୍ଷକ ଅଛନ୍ତି ,ତା ବାଦ୍ ମଧ୍ୟ ଗୋଟିଏ ଶିକ୍ଷକ ର ବଦଳି କରୁଛନ୍ତି, ଏହା ଯୋଗୁଁ ଆମ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ।"ନାଗ ସାର୍ କୁ ଆମେ ଛାଡ଼ିବୁ ନାହିଁ"ନାରା ଦେଇଥିଲେ ।ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲୁ , ତାଙ୍କ କହିବା ଅନୁଯାୟୀ ଶ୍ରୀ ନାଗ ଛାତ୍ର ଛାତ୍ରୀ ଙ୍କୁ ଅତି ସ୍ନେହ ର ସହିତ ପଠାଇବା ସହିତ ତାଙ୍କର ଅନ୍ୟ ସବୁ କାର୍ଯ୍ୟରେ ମଧ୍ୟ ତାଙ୍କ ମନୋବଳ ଦୃଢ଼ କରୁଥିଲେ। ଏମିତି ଏକ ଶିକ୍ଷକ କୁ ଆମେ ହରାଇବାକୁ ଚାହୁଁନୁ ଏବଂ ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ବଦଳି ବାତିଲ ନ ହୋଇଛି ଆମେ ସେତେ ଦିନ ପର୍ଯ୍ୟନ୍ତ ଧାରଣା ଜାରି ରଖିବୁ ବୋଲି କହିଛନ୍ତି। ଦୁଃଖ ର ବିଷୟ ଯେ ଆମେ ସେଠି ଥିବା ପର୍ଯ୍ୟନ୍ତ ଶିକ୍ଷା ବିଭାଗ ର କୌଣସି ଅଧିକାରୀ ଆସିନଥିଲେ।ପରେ ବି,ଆର,ସି,ସି ଏବଂ ଏବିଏଇଓ ଲିଖିତ ଭାବରେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଓହରି ଥିଲେ
0 Comments