ଦଶପଲ୍ଲା : - ବାଣିଗୋଛା କଲେଜରେ ବାଇକ ଚୋରୀ,ଲୋକଙ୍କ ପାଟି ଶୁଣି, ଚୋରମାନେ ଧରି ଆସିଥିବା ବାଇକ, ଓଡି ୨୭ବି ୨୪୪୦ ପଲସର ଛାଡି ଚମ୍ପଟ୍ ମାରିଛନ୍ତି । ଆଜି ଭୋର ଭୋର ସାଢେ ୪ଟା ବେଳେ ବାଣୀଗୋଛା କଲେଜର ସାଇଟଗେଟ ଭାଂଗି ଦୁର୍ବୁତ୍ତ ମାନେ କଲେଜ ପ୍ରିନ୍ସପାଲକଂ OD O2 8857 ଆପାଚୀ ଗାଡି ଧରି ଚମ୍ପଟଃ ମାରିଛନ୍ତି । ସେହି ସମୟରେ ଲୋକମାନେ ଉଠିପଡିବାରୁ, ଚୋରମାନେ,ଆଣିଥିବା ନିଜ ଗାଡି ଛାଡି ପଳେଇ ଯାଇଛନ୍ତି । ପ୍ରକାଶ ଥାଉକି, ବାଣୀଗୋଛା ବଜାରରୁ,୧ମାସପୁର୍ବରୁ ଏକ ବାଇକ ଚୋରୀ ହୋଇଛି ଏବଂ ଗତବର୍ଷ ଏକ ଟ୍ରାକ୍ଟର ଚୋରୀ ହେଇଥିଲା ଏବଂ ୩ମାସପୁର୍ବରୁ ଏକ ମାକ୍ସପିକ୍ ଅପ୍ ଚୋରି ହୋଇଥିଲା । କଲେଜ ଷ୍ଟାଫ୍ ,ଭୋର ୫ଟାବେଳେ ଏଫ୍ ଆଇ ଆର୍ କରିଥିଲେ ମଧ୍ୟ ଖବର ଲେଖାଯିବା ସୁଦ୍ଧା ପର୍ଯ୍ୟନ୍ତ ପୋଲିସ ତଦନ୍ତ ଆରମ୍ଭ କରିନାହିଁ ।
0 Comments