ଆଜି ହେଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ । ଆଜିର ଦିନରେ ସୂର୍ଯ୍ୟ ମାତ୍ର ୧୦ଘଣ୍ଟା ୪୧ ମିନିଟରେ ଅସ୍ତ ହେବେ । ଏଥିସହିତ ରାତିର ସମୟ ୧୩ ଘଣ୍ଟା ୧୯ ମିନିଟ ରହିବ । ତେବେ ପ୍ରତି ବର୍ଷ ଡିସେମ୍ବରସ ୨୧ ତାରିଖ କିମ୍ବା ୨୨ ତାରିଖରେ ଦିନ ଛୋଟ ରାତି ବଡ ହୋଇଥାଏ । ଏହାପରଠାରୁ ଦିନ ବଡ ହେବାର ପ୍ରକ୍ରିୟା ଆରମ୍ଭ ହୁଏ ।
ତେବେ ଆଜି ପୃଥିବୀର ଉତ୍ତର ଗୋଲାର୍ଦ୍ଧ ବାସିନ୍ଦା ଏହି ଛୋଟ ଦିନ ଦେଖିପାରିବେ ।ଏତତ୍ ବ୍ୟତୀତ ସ୍ଥଳବିଶେଷରେ ଏହା ସାମାନ୍ୟ କମ୍ ବେଶି ହୋଇପାରେ ।
ତେବେ ବୈଜ୍ଞାନିକ କାରଣ ଅନୁଯାୟୀ, ପୃଥିବୀ ସର୍ବଦା ସୂର୍ଯ୍ୟଙ୍କ ଚତୁଃପାଶ୍ୱର୍ରେ ବୁଲିଥାଏ । ଫଳରେ ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ସୂର୍ଯ୍ୟ ମକର ରାଶିର ଟ୍ରପିକ ଉପରେ ଭୂଲମ୍ବ ହେବ । ଏହି କାରଣରୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ସବୁଠାକୁ କମ୍ ଦିନ ଏବଂ ବଡ ରାତି ହେବ । ସେହିପରି କେନ୍ଦ୍ରୀୟ ଭାରତରେ ସୂର୍ଯ୍ୟୋଦୟ ସକାଳ ୭.୦୫ ରେ ହେବ । ସୂର୍ଯ୍ୟାସ୍ତ ସନ୍ଧ୍ୟା ୫.୪୬ ରେ ହେବ । ଅର୍ଥାତ୍ ଦିନର ସମୟ ୧୦ ଘଣ୍ଟା ରହିବ ।
ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟ ୨୩ ଡିଗ୍ରୀ ଏଙ୍ଗେଲରେ ରହିବ । ଆସନ୍ତା ବର୍ଷ ମାର୍ଚ୍ଚ ୨୧ରେ ସୂର୍ଯ୍ୟ ବିଷୁବ ରେଖାରେ ରହିବ । ସେହି ସମୟରେ ଦିନ-ରାତିର ସମୟ ସମାନ ରହିବ । ତେବେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ରେ ଦିନ ଛୋଟ ଓ ରାତି ବଡ ହୋଇଥାଏ । ଏହି ଦିନଠାରୁ ପୁଣି ଥରେ ଦିନ ବଡ ହେବାକୁ ଆରମ୍ଭ କରିଥାଏ । ଏବଂ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଯାହାକୁ ଇଂରାଜୀରେ ୱିଣ୍ଟର ସୋଲଷ୍ଟାଇସ୍ କୁହାଯାଏ । ତେବେ ସୋଲଷ୍ଟାଇସ୍ ହେଉଛି ଏକ ଲାଟିନ୍ ଶବ୍ଦ । ସୋଲର ଅର୍ଥ ହେଉଛି ସୂର୍ଯ୍ୟ ହୋଇଥିବା ବେଳେ ସେଷ୍ଟେୟର ଅର୍ତ ହେଉଛି ଛିଡା ହେବା । ଏହି ଦୁଇଟି ଶବ୍ଦକୁ ମିଶାଇ ସୋଲଷ୍ଟାଇସ୍ ଶବ୍ଦ ସୃଷ୍ଟି ହୋଇଛି । ଯାହାର ଅର୍ଥ ହେଉଛି ସୂର୍ଯ୍ୟଙ୍କ ସ୍ଥିତି । ତେବେ ଏହି ପ୍ରାକୃତିକ ପରିବର୍ତ୍ତନ ହେତୁ, ଚଳିତ ବର୍ଷ ୨୨ ଡିସେମ୍ବରରେ ସବୁଠାରୁ ଛୋଟ ଦିନ ଏବଂ ବଡ ରାତି ହେଉଛି ।
0 Comments