ଉତ୍କଳିୟମ ଫାଉଣ୍ଡେସନ ପକ୍ଷରୁ* *ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ - ୨୦ ୨୨ ଅନୁଷ୍ଠିତ* ।

 


ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ *କନ୍ଧ ନୟାଗଡ଼ ଗ୍ରାମପଞ୍ଚାୟତ* ର *ମା' ଡୋମଣୀ ଦେବୀ କଲ୍ୟାଣ ମଣ୍ଡପ* ଠାରେ *ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା* ପକ୍ଷରୁ "ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ" ଓ "୯ମ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ -୨୦୨୨" ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରଣପୁର ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ,ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଉପାଧ୍ୟାକ୍ଷ ପ୍ରଭାତ କୁମାର ଦଳବେହେରା, ସମ୍ମାନିତ ଅତିଥି ଭାବେ ଚାନ୍ଦପୁର ବରିଷ୍ଠ ନାଗରିକ ସଂଘ ର ସଭାପତି ଧନେଶ୍ୱର ଅଗ୍ରୱାଲ, ପୂର୍ବତନ ଖାଉଟି କଲ୍ୟାଣ କମିଟିର ସଭାପତି ନାରାୟଣ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାମୟୀ ଦଳବେହେରା, ରଣପୁର ବ୍ଲକ ଅଧ୍ୟକ୍ଷ ପାଣ୍ଡଵ ସେଠି, ସିପିଆଇଏମ ଯୁବନେତା ସୁରେଶ ସ୍ୱାଇଁ,କନ୍ଧ ନୟାଗଡ଼ ଗ୍ରାମ ପଂଚାୟତ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ମୁଖ୍ୟ ଉପଦେଷ୍ଟା ମନୋଜ ଦାଶ ଓ ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l

 କାର୍ଯ୍ୟକ୍ରମ କୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ପରିଚାଳନା କରିଥିଲେ l

  ଏହି ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଥିବା ବେଳେ!ଉତ୍କଳୀୟମ ଫାଉଣ୍ଡେସନର ରଣପୁର ବ୍ଲକ ସଂଯୋଜକ ଅରୁଣ କୁମାର ସୁବୁଦ୍ଧି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

Post a Comment

0 Comments