କଟକ ଜିଲ୍ଲା ପରିଷଦ ସଭାପତି କିଶୋର ମିଶ୍ରଙ୍କୁ ବାଲିଝରି ଠାରେ ଅନୁଷ୍ଠିତ ଏକ ସଭାରେ ଅଣ୍ଡାମାଡ଼ ହୋଇଛି। କୌଣସି ବିରୋଧୀ ଗୋଷ୍ଠୀ ଅଣ୍ଡା ମାଡ଼ କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏହା ମଦୁଆଙ୍କ କାମ ହୋଇଥାଇପାରେ ବୋଲି କହିଛି।ତେବେ ପୁଲିସ ତଦନ୍ତ ଜାରି ରଖିଛି।ଗତ କାଲି ସନ୍ଧ୍ୟାରେ ବଳିଝରି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ହିଁ କେହି ଦୁର୍ବୁତ୍ତ ଲଗାତାର୩ ଟି ଅଣ୍ଡା ମାଡ କରିଥିଲେ । କମିଟି ପକ୍ଷରୁ ସଦସ୍ୟ ମାନେ ଦୁର୍ବୁତ୍ତ ଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ଘଟଣା କୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। କାନପୁର ଥାନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଣ୍ଡା ମାଡ଼ ହୋଇଥିବା ଘଟଣା କୁ ଅସ୍ବୀକାର କରିଛନ୍ତି ବିଜେଡ଼ି ଜିଲ୍ଲାପରିଷଦ ସଭ୍ୟ ତଥା କଟକ ଜିଲ୍ଲାପରିରିଷଦ ଅଧ୍ୟକ୍ଷ କିଶୋର ମିଶ୍ର। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
ବାଇଟ: କିଶୋର ମିଶ୍ର, ଜିଲ୍ଲା ପରିସଦ ସଭ୍ୟ କଟକ
0 Comments