ଘଣ୍ଟାପଡ଼ାରେ ଲକ୍ଷ୍ମୀ ନାରାୟଣ ବିବାହ ସମ୍ପନ୍ନ

 



ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ , ତା.୧/୧୨/ (ବାସୁଦେବ ଷାଣ୍ଢ ): ଯଦିଓ ମାର୍ଗଶୀର ମାସର ଶେଷ ଗୁରୁବାର ମାଣବସା ବ୍ରତ ଅଛି l ତଥାପି ଓଡ଼ିଆମାନଙ୍କ ବ୍ରତ ହିସାବରେ ୪ର୍ଥ ଗୁରୁବାର ମାଣବସାକୁ ଶେଷ ବ୍ରତ ଭାବେ ମାଁମାନେ ପାଳନ କରିଥାନ୍ତି l ୫ମ ଗୁରୁବାରକୁ ଔପଚାରିକ ଭାବେ ପାଳନ କରିଥାନ୍ତି l ଆଜି ଶେଷ ୪ର୍ଥ ଗୁରୁବାର ଥିବାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମରେ ବୃହତ ଲକ୍ଷ୍ମୀ ପୁରାଣ ଗାୟନ ଉପଲକ୍ଷେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ବୈଦିକରିତିରେ ବିବାହ ଅନୁଷ୍ଠିତ ହୋଇଯାଇଛି l କନ୍ୟାପିତା ଭାବେ ଶେଷଦେବ ସେନାପତି ସପତ୍ନୀ ଲକ୍ଷ୍ମୀ ମାତାଙ୍କୁ ବରପିତା ଜିତେନ୍ଦ୍ର ଦେହୁରୀଙ୍କ ପୁତ୍ର ପ୍ରଭୁ ନାରାୟଣଙ୍କ ସହିତ ନାଟ୍ୟାଭିନୟ ମଧ୍ୟରେ ବିବାହ ସମାପନ ହୋଇଯାଇଛି l ପୁରୋହିତ ଚିତ୍ତରଂଜନ ପାଣିଗ୍ରାହୀଙ୍କ ଦ୍ଵାରା ବିବାହ କାର୍ଯ୍ୟ ହୋଇଥିବା ସ୍ଥଳେ ପୁରାଣ ଗାୟକ ଭାବେ ଛନ୍ଦା ଚରଣ ରଥ ପୁରାଣ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁଯୋଗ ଦେଇଥିଲେ l

Post a Comment

0 Comments