୨୧-ଡିସେମ୍ବର-୨୦୨୨, ବୁଧବ
➡️୧-ପିଏମ ଆବାସରେ ନିର୍ମାଣ ହେବ ୯ ଲକ୍ଷ ପକ୍କାଘର: ଅଭିଯୋଗ ପାଇଁ ଓଡ଼ିଶା ସରକାର ଜାରି କଲେ ହେଲ୍ପ ଲାଇନ ନମ୍ବର l ଏଣିକ ଦେୟମୁକ୍ତ ନମ୍ବର ୧୮୦୦-୩୪୫୬-୭୬୮ ଏବଂ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ।
➡️୨-ପର୍ଯ୍ୟଟନ ସ୍ଥଳି କୋଣାର୍କରେ ହେବ ଜି୨୦ ବୈଠକ, ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧିଦଳ l
➡️୩-ଯଦି ନିୟମିତ ଚିକେନ ଖାଉଛନ୍ତି, ତେବେ ହୋଇ ଯାଆନ୍ତୁ ସାବଧାନ ଔଷଧ ମଧ୍ୟ କାମ କରିବ ନାହିଁ l ଏଭଳି ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂସ୍ଥା WHO l
➡️୪-ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଶୀତ କମିବ। ପଶ୍ଚିମାବାୟୁ ପ୍ରବାହ ଯୋଗୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ୪ ଦିନ ତାପମାତ୍ରା ଉପର ମୁଁହା ରହିବ।
➡️୫-ଆଜିଠାରୁ ୩ ଦିନ ଯାଏଁ ଚିଲିକାରେ ହେବ ଡଲଫିନ୍ ଗଣନା । ସକାଳ ୬ଟାରୁ ହେବ ଗଣନା କାର୍ଯ୍ୟ ଆରମ୍ଭ, ଏଥିରେ ୧୮ଟି ଟିମ୍ ହୋଇଛନ୍ତି ନିୟୋଜିତ ।
➡️୬-ସଂସଦ ପରିସରରେ ମିଲେଟ୍ ମଧ୍ୟାହ୍ନ ଭୋଜନ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ସାଂସଦଗଣ । ବାଜରା ଓ ମାଣ୍ଡିଆ ଭଳି ଖାଦ୍ୟକୁ ପ୍ରୋତ୍ସାହନ ଲାଗି ୨୦୨୩କୁ କେନ୍ଦ୍ର ସରକାର ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ନେଲେ ନିଷ୍ପତ୍ତି l
➡️୭-ଟ୍ୱିଟର ପକ୍ଷରୁ ଲଞ୍ଚ ହେଲା ନୂଆ ଫିଚର । ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍ ଲାଗିଲା ଗ୍ରେ-ଟିକ୍ l
➡️୮-ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲ ୱାର୍ଡର ହେଲା ସସପେଣ୍ଡ, କାର୍ଯ୍ୟରେ ଅବହେଳା ପାଇଁ ହେଲା କାର୍ଯ୍ୟାନୁଷ୍ଠାନ l
➡️୯-୫ ଦେଶରେ କୋଭିଡ ସଂକ୍ରମଣ ବଢିବା ପରେ ଆଲର୍ଟରେ କେନ୍ଦ୍ର ସରକାର: ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ଦେଲେ ପରାମର୍ଶ l ସେପଟେ ଚୀନରେ ଅଣଆୟତ ହେଲାଣି ସଂକ୍ରମଣ, ହସପିଟାଲରେ ମିଳୁନି ବେଡ୍ l
➡️୧୦-ଜିଓ ସିନେମା ଭାଙ୍ଗିଲା ଡିଜିଟାଲ୍ ରେକର୍ଡ, ରବିବାରର ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍କୁ ଦେଖିବାକୁ ଜିଓ ସିନେମାରେ ୩୨୦ ଲକ୍ଷ ଟ୍ୟୁନ୍ କରିଥିଲେ।
➡️୧୧-ଫିଲ୍ମ ‘ପଠାନ’ ବିବାଦ ମଧ୍ୟରେ ଶାହରୁଖଙ୍କୁ ମିଳିଲା ବଡ଼ ସମ୍ମାନ, ୫୦ ମହାନ ଅଭିନେତାଙ୍କ ମଧ୍ୟରେ ହେଲେ ସାମିଲ୍ l
➡️୧୨-ଦୀର୍ଘ ଦିନ ପ୍ରତୀକ୍ଷାର ହେଲା ଅନ୍ତ । ବହୁ ବିଳମ୍ବରେ ହେଉ ପଛେ, ରାଉରକେଲା ବିମାନବନ୍ଦରକୁ ମିଳିଲା ଡିରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନ(ଡିଜିସିଏ) ଲାଇସେନ୍ସ l
➡️୧୩-ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା l
➡️୧୪-ଇଡିକୁ ମିଳିଲା ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ବେଳେ । ଏଥିରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ ।
➡️୧୫-ବିହାରରେ ମଦ ଖୋଜୁଛି ଡ୍ରୋନ, ସ୍ଥାନେ ସ୍ଥାନେ ପୁଲିସ କରୁଛି ଚଢାଉ l ବିଷାକ୍ତ ମଦ ପିଇ ୭ଜିଲ୍ଲାରରୁ ଶତାଧିକ ଲୋକଙ୍କ ହେଲାଣି ମୃତ୍ୟୁ l
➡️୧୬-ଏଲଏସିରେ ମୃତୟନ ହେବ ଅତ୍ୟାଧୁନିକ ବାଲେଷ୍ଟିକ ମିସାଇଲ ପ୍ରଳୟ, ୧୫୦ରୁ ୫ଶହ କିଲୋମିଟର ଦୂରରୁ ଶତ୍ରୁଙ୍କୁ କରିପାରିବ ଟାର୍ଗେଟ l
➡️୧୭-ବ୍ରିଟେନର ରାଣୀ ଏଲିଜାବେଥଙ୍କ ନିଧନ ଓ ତାଙ୍କ ପୁତ୍ର ଚାର୍ଲସ ରାଜା ହେବା ପରେ ବ୍ରିଟେନର ମୁଦ୍ରା ପାଉଣ୍ଡ ହେବ ବଦଳ l
➡️୧୮-ଆମେରିକାର କାଲିଫର୍ଣ୍ଣିଆରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେଲା ଅନୁଭୂତ l ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେ ମାପ କରାଯାଇଛି । ଏହି ଭୂକମ୍ପ ଯୋଗୁଁ ପ୍ରାୟ ୫୫ ହଜାର ଘରକୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି ।
➡️୧୯-ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମିଳିଲା ମଞ୍ଜୁରି l ଏନେଇ କେନ୍ଦ୍ର ମନ୍ତ୍ରୀଦେଲେ ସୂଚନା l
➡️୨୦-ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଶର୍ମାଙ୍କ ସହିତ ନବଦୀପ ସାଇନି, ଘୋଷଣା କଲା ବିସିସିଆାଇ l ଆସନ୍ତାକାଲି ଢାକାରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଟେଷ୍ଟ ଦଳର ନେତୃତ୍ଵ ନେବେ l
➡️୨୧-ଆର୍ଜେଣ୍ଟିନା ପହଞ୍ଚିଲା ମେସିଙ୍କ ବିଶ୍ଵ ଚାମ୍ପିଅନ ଦଳ, ଧୁମଧାମ୍ରେ ସ୍ଵାଗତ କଲେ ଦେଶବାସୀ, ରାସ୍ତାରେ ହେଲା ପ୍ରଶଂସକଙ୍କ ଅସମ୍ଭାଳ ଭିଡ l
➡️୨୨-ପାକିସ୍ତାନରେ ଇତିହାସ ରଚିଲା ଇଂଲଣ୍ଡ, ୩-୦ରେ ଜିତିଲା ଟେଷ୍ଟ ସିରିଜ୍ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
0 Comments