ଆସ୍ଥା ପବ୍ଲିକ୍ ସ୍କୁଲ୍ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରଦର୍ଶିତ।

ବଲାଙ୍ଗୀର ଜିଲ୍ଲା ବେଳପଡା ପବ୍ଲିକ ଆସ୍ଥା ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବିଲ୍ୱା ସରକାର୍ ଙ୍କ ତତ୍ତ୍ୱାବଧାନରେ ଏହି ମେଳାରେ ଚେୟାର୍ ମେନ୍ ଶ୍ରୀ ଶଙ୍କର୍ ପ୍ରସାଦ ଜୈନ୍ ,ଶ୍ରୀମତୀ ନଳିନୀ ଜୈନ୍ ଓ ଅନନ୍ତ ଜୈନ୍ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉନ୍ମୋଚନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ ।
ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ବମୋଟ୍ 116 ଟି ପ୍ରକଳ୍ପ ପ୍ରଦର୍ଶନ କରା ଯାଇଥିଲା। ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ବଦ୍ରିନାଥ ମିଶ୍ର ଓମ୍ ଭେଲି ପବ୍ଲିକ୍ ସ୍କୁଲ୍ ଟିଟିଲାଗଡ ରୁ, ସମ୍ମାନୀୟ ଅତିଥି ଭାବରେ ଭି.ଭି ରମନ୍ନା ମୂର୍ତ୍ତି ଅଧ୍ୟକ୍ଷ ଲାୟନ୍ସ୍ ପବ୍ଲିକ୍ ସ୍କୁଲ୍ କଣ୍ଟାବାଞି ରୁ ଏବଂ ଦୀପ୍ତିରାଣୀ ସିଂ ଅଧ୍ୟକ୍ଷା ୟଙ୍ଗ୍ ବ୍ଲଡ୍ ପବ୍ଲିକ୍ ସ୍କୁଲ୍ କେସିଙ୍ଗାରୁ ଯୋଗଦେଇ କିଛି ଶିକ୍ଷଣିୟ ବାର୍ତ୍ତା ଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କଲେ। ବହୁତ୍ ଉପାଦେୟ ତଥା ସମୟପୋଯୋଗୀ ପ୍ରକଳ୍ପ ଗୁଡାକ ମଧ୍ୟରେ ପାଚନ ପ୍ରକ୍ରିୟା, ହାଇଡ୍ରୋଲିକ୍ ଭାର ଉତ୍ତୋଳନ , ରୋଗ ଏବଂ ତାର ନିରାକରଣ ଓ ପ୍ରତିରୋଧ,ଇତ୍ୟାଦି ବହୁତ୍ ପ୍ରଶଂସା ପାଇଥିଲା।



ବିଚାରକ ଭାବରେ ବିଶ୍ୱମ୍ବର ବୁଡେକ୍, ପ୍ରଫୁଲ୍ଲ କୁମାର୍ ମହାକୁଡ୍, ସନ୍ତୋଷ୍ କୁମାର୍ ପାଣିଗ୍ରାହୀ ଦୀର୍ଘସମୟଧରି ସମସ୍ତ ପ୍ରକଳ୍ପର ଉଚିତ୍ ମୂଲ୍ୟାଙ୍କନ କରିଥିଲେ।

ପର୍ଯ୍ୟାୟ କ୍ରମେ ଚାରୋଟି ବିଭାଗରୁ ତିନୋଟି ଲେଖାଏଁ ବିଜୟୀ ମାନଙ୍କୁ ପୁରସ୍କୃତ କରାଗଲା ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନେ ଉତ୍ସାହିତ କଲେ।
ଅନ୍ୟ ପକ୍ଷରେ ଏକ ସୁନ୍ଦର ଚିତ୍ରକଳା ଏବଂ ହସ୍ତକଳା ପ୍ରଦର୍ଶନୀ ହେଇଥିଲା। କିଛି ଛାତ୍ର ଛାତ୍ରୀ ତତ୍କାଳିକ କଳାକୃତି ପ୍ରଦର୍ଶନ କରୁଥିଲେ। ସମୟର ଉପଯୋଗ ପାଇଁ ଏହା ଏକ ଅନନ୍ୟ ପ୍ରୟାସ୍ ବୋଲି ବୁଦ୍ଧିଯିବୀ ମାନେ ପ୍ରଶଂସା କଲେ। ପ୍ରଦର୍ଶନୀ ଦେଖିବାକୁ ପି ଏସ୍ କଲେଜ୍ ବେଲପଡା, ସରସ୍ୱତୀ ଶିଶୁମନ୍ଦିର ବେଲପଡା, ଦୀନରଘୁ ମେହେର୍ ଉଚ୍ଚ ବିଦ୍ୟାଳୟ ରୁ ଅନେକ ଛାତ୍ରଛାତ୍ରୀ ଆସିଥିଲେ ଓ ଅନେକ ଅଭିଭାବକ , ଅଭିଭାବିକା ଆସିଥିଲେ।
ଦ୍ୱିତୀୟ ଅଧିବେଶନର ମଞ୍ଚ ପରିଚାଳନା କରିଥିଲେ ସିଦ୍ଧେଶ୍ୱର ମେହେର୍। ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ ଶୃଙ୍ଖଳାର ସହ ଏକ ସଫଳ କାର୍ଯ୍ୟକ୍ରମ ଭାବରେ ଦିନଟି ଉତ୍ସବ ମୁଖର ହୋଇଥିଲା।

Post a Comment

0 Comments