ବୌଦ୍ଧ,ଜ଼ିଲ୍ଲା କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ସମୁଦାୟ ୪୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା l ସେଥିମଧ୍ୟରୁ ୧୦ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୪ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା l ଏହି ଶିବିରରେ ୨୨ ଗୋଟି ଅଭିଯୋଗର ତତ୍ୱକାଳ ସାମଧାନ କରାଯାଇଥିଲା l ଏହି ଯୁଗ୍ମ ଜନ ଶୁଣାଣୀ କାର୍ୟ୍ୟକ୍ରମ ରେ ବିଳାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦରପଡା ର କଲ୍ୟାଣ ବେହେରା, ଖଟଖଟିଆ ଗ୍ରାମ ପଞ୍ଚାୟତ ଶଙ୍କରପୁର ଗ୍ରାମ ର ଗୌର ଖେତୀ ଏବଂ ଖୁଣ୍ଟିଗୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସିଣାଗୁରା ଗ୍ରାମ ର ଦୁର୍ଜନ ଭେସ୍ରା ଙ୍କୁ ତିନି ଚକିଆ ସାଇକେଲ ଜ଼ିଲ୍ଲାପାଳ ପ୍ରଦାନ କରିଥିଲେ l ଏଥି ସହିତ ଦାମୋଦର ବିଭାର, ଘଣ୍ଟାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁର୍କକ୍ଷ ଭଟା ଙ୍କୁ ତିନି ଚକିଆ ସାଇକେଲ ସହ ଆଶା ବାଡ଼ି ପ୍ରଦାନ କରାଯାଇଥିଲା lଏହି ଶୁଣାଣି କାର୍ଯ୍ୟକ୍ରମରେ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ,ତହସିଲଦାର କର୍ଣ୍ଣ ମଲ୍ଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାଶ,ବ୍ଲକ ସଂପ୍ରସାରଣ ଅଧିକାରୀ ଜେ. ବେହେରା,ବ୍ୟକ୍ତିଗତ ସହାୟକ ନିରୋଜ ପାତ୍ର,ଡାଟା ଏଣ୍ଟ୍ରି ଅପରେଟର ଅରୁଣ ବେହେରା ଓ ରାଜକିଶୋର କର୍ଣ୍ଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l
0 Comments