ମହାନଦୀର ଗଣ୍ଡ, ବାଲିପୁଟରେ ଇକୋ-ରିଟ୍ରିଟ୍‌, ଅଭାସି ମାଧମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 


ଆଠଗଡ / ଓଡ଼ିଶା ଟୁରିଜିମ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ (ଓଟିଡିସି) ପକ୍ଷରୁ କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ମହାନଦୀର ସାତକୋଶିଆ ଗଣ୍ଡ,-ବାଲିପୁଟରେ ନିର୍ମିତ ଇକୋ-ରିଟ୍ରିଟ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କଟକ ଜିଲ୍ଲାପାଳ ଭବାନୀ ଶଙ୍ଖର ଚଇନି,ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଓ ଟୁରିଜିମ ବିଭାଗର ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଜିଠାରୁ ଆସନ୍ତାବର୍ଷ ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍‌ ବିଗତ ବର୍ଷ ଭଳି ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିବ ବୋଲି ସଂମ୍ମାନୀତ ଅତିଥି କଟକ ଜିଲାପାଳ ଶ୍ରୀ ଚଇନି ପ୍ରକାଶ କରିଥିଲେ। ରାଜ୍ୟରେ ଏକା ସାଙ୍ଗରେ ୪ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ କରାଯାଇଛି। ନରସିଂହପୁର ବ୍ଲକ୍‌ କମଳାଡିହ ପଞ୍ଚାୟତ ଅନ୍ତର୍ଗତ ବାଲିପୁଟରେ ରାଜ୍ୟ ସହ ସହବନ୍ଧିତ ଥିବା ଏକ ଏଜେନ୍ସି ଦ୍ୱାରା ନିର୍ମିତ ଇକୋ-ରିଟ୍ରିଟ୍‌ରେ ମହାନଦୀର ଅସ୍ତଗାମୀ ସୂର୍ଯ୍ୟ ସାଙ୍ଗକୁ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ଏଠାରେ ୨୭ଟି ଡିଲକ୍ସ ଓ ପ୍ରିମିୟମ୍‌ ବିଳାସପୂର୍ଣ୍ଣ ଅସ୍ଥାୟୀ କକ୍ଷ ନିର୍ମାଣ କରାଯାଇଛି।


ଗୋଟିଏ ରାତ୍ରିଯାପନ ପାଇଁ ଡିଲକ୍ସ ଗୃହର ମୂଲ୍ୟ ୯ ହଜାର ଟଙ୍କା ଓ ପ୍ରିମିୟମ୍‌ କକ୍ଷର ମୂଲ୍ୟ ୧୨ହଜାର ଟଙ୍କା ରଖା ଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା ରହିଛି। କେବଳ ଓଟିଡିସି ୱେବ୍‌ସାଇଟ୍‌ରେ ଏହାର ଅନ୍‌ଲାଇନ୍‌ ବୁକିଂ କରାଯିବ ବୋଲି ସୂଚନା ଦିଆଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବ୍ଲକ୍‌ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।ସୂଚନା ଥାଉକି ବ୍ଲକ ଅଧକ୍ଷା ସସ୍ମିତା ଜେନା ଙ୍କୁ ଅଣଦେଖା ଲାଗି କାର୍ଯ୍ୟକ୍ରମ ରୁ ଛାଡି ଚାଲିଯାଇ ଥିଲେ ।ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।


Post a Comment

0 Comments