ଓଡିଶା ସରକାରୀ Outsourcing କର୍ମଚାରୀ ମହାସଂଘ,ବୌଦ୍ଧ ଜିଲ୍ଲାରକଣ୍ଟାମାଳ ବ୍ଲକରେ ଏକ "ବ୍ଲକ ସ୍ତରୀୟ ସାଧାରଣ ସଭା" କଣ୍ଟାମାଳ ସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ




ବୌଦ୍ଧ କଣ୍ଟାମାଳ : ( ବାସୁଦେବ ଷାଣ୍ଢ ) :ଅଦ୍ୟ ତା-6.11.2022 ରେ ଓଡିଶା ସରକାରୀ Outsourcing କର୍ମଚାରୀ ମହାସଂଘ,ବୌଦ୍ଧ ଜିଲ୍ଲାର ସଭାପତି ସଞ୍ଜିତ କୁମାର ଜେନାଙ୍କ ସଭାପତିତ୍ୱ ରେ କଣ୍ଟାମାଳ  ବ୍ଲକରେ ଏକ "ବ୍ଲକ ସ୍ତରୀୟ ସାଧାରଣ ସଭା" କଣ୍ଟାମାଳ ସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତିଙ୍କ ସହିତ ଜିଲ୍ଲାକମିଟିରୁ କର୍ମଚାରୀ ବିଦ୍ୟାଧର ମେହେର, ସରୋଜ କୁମାର ବାଙ୍କ, ଆକାଶ କୁମାର ପୁରୋହିତ, ଜଗଦିଶ ବେହେରା, ଅଭିଷେକ ଭଞ୍ଜ, ଦିବ୍ୟସିଂହ ମଲ୍ଲିକ, ଓ ଅମଲ ବେହେରା ଙ୍କ ସହିତ କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ବିଭିର୍ଣ୍ଣ ଅଫିସ/ଦପ୍ତରର ଶତାଧିକ Outsourcing କର୍ମଚାରୀ ସଭାରେ ଯୋଗଦାନ ଦେଇଥିଲେ l ସର୍ବପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପୁଷ୍ପ ତଥା ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ମଞ୍ଚାସିନ ଅତିଥି ଶ୍ରୀବସ୍ଥ କର୍ମୀ ଓ ନରେଶ କୁମାର ସାହୁ ସର୍ବପ୍ରଥମେ ଅଭିଭାଷଣ ରଖିଥିଲେ l କର୍ମଚାରୀ ନରେଶ କୁମାର ସାହୁ ପୁଣି କର୍ମଚାରୀ ମାନଙ୍କର ସମସ୍ୟା ଓ ତାର ସମାଧାନ ଉପରେ ସମ୍ପୂର୍ଣ ଭାବେ ବକ୍ତ୍ୟବ ରଖିଥିଲେ l ଜିଲ୍ଲା କମିଟିର ଆକାଶ କୁମାର ପୁରୋହିତ ଓ ସରୋଜ କୁମାର ବାଙ୍କ ମହାସଂଘକୁ ଆହୁରି ଦୃଢ କରିବା ପାଇଁ ସଂକଳ୍ପ ବ୍ୟାଖ୍ୟାପ ରଖିଥିଲେ l ଜିଲ୍ଲାର ସଭାପତି ସଞ୍ଜିତ କୁମାର ଜେନା ସମ୍ପୂର୍ଣ ଭାବରେ ସଭାକୁ ପରିଚାଳିତ କରି ବୌଦ୍ଧ ଜିଲ୍ଲାର ସମସ୍ତ ଭାଇ/ଭଉଣୀଙ୍କୁ ଶୃଙ୍କଳିତ ଭାବରେ Outsourcing ର ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଓଡିଶା ସରକାର ଯଦି ଏହି Outsourcing କର୍ମଚାରୀଙ୍କ ର ୩ଦଫା ଦାବି ଯାହାକି ସମସ୍ତଙ୍କୁ ସ୍ଥାୟୀ କରିବା, ସମାନକାମକୁ ସମାନ ଦରମା ତଥା ଦରମା ବୃଦ୍ଧି ନକରନ୍ତି ତାହେଲେ ଓଡିଶା ସରକାରୀ Outsourcing କର୍ମଚାରୀ,ମହାସଂଘର ରାଜ୍ୟ ନେତୃମଣ୍ଡଳୀଙ୍କୁ ସଂମାନ ଜଣାଇ ନିଜର ହକପାଇଁ Lower PMG, BBSR ରେ ହେବାକୁ ଥିବା ଆନ୍ଦୋଳନରେ ଲକ୍ଷାଧିକ କର୍ମଚାରୀଙ୍କ ସହିତ ସମଗ୍ର ବୌଦ୍ଧ ଜିଲ୍ଲାର ଶତାଧିକ କର୍ମଚାରୀ ଆନ୍ଦୋଳନରେ ଝାସଦେଇ ସମ୍ପୂର୍ଣ ଭାବରେ ସହଯୋଗ କରିବେ! ବୌଦ୍ଧ ଜିଲ୍ଲାରେ ଦଶବର୍ଷ/ବାରବର୍ଷ ଧରି କାମକରି ଆସୁଥିବା ଅନେକ ଅନୁଷ୍ଠାନ/କାର୍ଯ୍ୟାଳୟ ରେ ଅଧିକାରୀ ଚାହିଁଲେ ନିଜର ମନମୁତାବକ ତଥା ଉଧେଶ୍ୟ ମୂଳକ ଭାବେ ଚାକିରିରୁ ବହିଷ୍କାର କରୁଛନ୍ତି ଯାହାକି ଏହା ଏକ ସମ୍ବେଦନ ତଥା ପରିତାପର ବିଷୟ l ଏହାକୁ ସମ୍ପୂର୍ଣ ଭାବରେ ସମାଧାନ କରିବାସହିତ ଜିଲ୍ଲାପ୍ରଶାସନ ଙ୍କର ନଜରକୁ ନେଇ ତାର ସମ୍ପୂର୍ଣ ସମାଧାନ କରାଯିବା ପାଇଁ ସଭାପତି ଶ୍ରୀ ଜେନା ଅଶାବ୍ୟକ୍ତ କରିଥିଲେ! ଶେଷ ମୁହୁର୍ତ୍ତରେ ରେ କଣ୍ଟାମାଳ ବ୍ଲକର କର୍ମଚାରୀ ଅରୁଣ କୁମାର ବେହେରା, ରୋହିତ ନାଏକ କଣ୍ଟାମାଳ ବ୍ଲକକୁ ମଧ୍ୟ ଆହୁରି ଏକଜୁଟ କରିବାପାଇଁ  ସଂକଳ୍ପବଧ ହୋଇଥିଲେ l ସଭାଶେଷରେ କର୍ମଚାରୀ ଜ୍ୟୋତିରଞ୍ଜନ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେବାସହିତ ପ୍ରହଲ୍ଲାଦ ସହି ସଭା ସାଙ୍ଗ କରିଥିଲେ l

Post a Comment

0 Comments