
ବୌଦ୍ଧ କଣ୍ଟାମାଳ ( ବାସୁଦେବ ଷାଣ୍ଢ )ତା:୭.୧୧.୨୨ରିଖ ବୌଦ୍ଧ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ ନିମନ୍ତେ ତିନିଗୋଟି ମାଣ୍ଡିଆ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି l ଜିଲ୍ଲାର ସମସ୍ତ ଗ୍ରାମଗ୍ରାମ ଯାଇ ରଥ ମାଣ୍ଡିଆର ଚାଷ ଓ ତାର ଉପକାରିତା ବିଷୟରେ ପ୍ରଚାର କରିବ l ଆଗାମୀ ଦିନରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ କୁ ପ୍ରତ୍ୟେକ ପରିବାରରେ ଖାଦ୍ୟ ଓ ପାନୀୟ ଭାବରେ ସର୍ବାଦୃତ କରିବାପାଇଁ ଓଡିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ, ଏହାଦ୍ୱାରା ରାଜ୍ୟରୁ କୁପୋଷଣ ଦୂର ହୋଇପାରିବ ସହିତ ଲୋକମାନେ ସ୍ୱାସ୍ଥ୍ୟବାନ ହେବେ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ, କୃଷି ଅଧିକାରୀ ଶ୍ରୀ ନାରାୟଣ ମହାନନ୍ଦ ବୌଦ୍ଧ, ଜିଲ୍ଲା ଓଡିଶା ମିଲ୍ଲେଟ୍ସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ, ମିଶନ ଶକ୍ତି ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଅତିରିକ୍ତ ପରିଯୋଜନା ନିର୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ, ଓଡ଼ିଶା ମିଲ୍ଲେଟ୍ସ ର ବନବିହାରୀ ଠାକୁର, ଲୋକକଳା ବିକାଶ କେନ୍ଦ୍ରର ଦୁଖୀଶ୍ୟାମ ନାୟକ ଓ ନୀତିଶ କୁମାର, ୱାଇସିଡିଏ ର ଗୌରୀଶଙ୍କର ଥାଟି, ଅରୁଣ ପ୍ରଧାନ, ମାନସରଞ୍ଜନ ପ୍ରଧାନ, ବିଶ୍ୱ ଯୁବ କେନ୍ଦ୍ରର ସୁମନ କୁମାର ତଥା ସମସ୍ତ ଗୋଷ୍ଠୀ ସଂଯୋଜକବୃନ୍ଦ, ମିଶନ ଶକ୍ତି ର ମହିଳାବୃନ୍ଦ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ l ଏହା ବ୍ୟତୀତ ଜିଲ୍ଲା ମିୟୁଜିଅମ ଠାରେ ଏକ ମିଲେଟ ଷ୍ଟଲ ଖୋଳାଯିବ ବୋଲି ମିଲେଟ ମିଶନ ସଂଯୋଜକ କହିଥିଲେ l
0 Comments