ବୌଦ୍ଧ : କଣ୍ଟାମାଳ:( ବାସୁଦେବ ଷାଣ୍ଢ ) ତା ୦୭-୧୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ବବିତା ରାଣି ଦଳବେହେରା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ସମୁଦାୟ ୭୩ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୫୭ ଗୋଟି ବ୍ୟକ୍ତିଗତ ମାମଲା ଓ ୧୬ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା l ଜଣେ ବିକଳାଙ୍ଗ ପୁରୁଷ ଓ ଜଣେ ବିକଳାଙ୍ଗ ଶିଶୁକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା l ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶ୍ଵିନୀ ମେହେର, କଣ୍ଟାମାଳ ବିଡ଼ିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ, ତହସିଲଦାର ଶ୍ରୀଯୁକ୍ତ କର୍ଣ୍ଣ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାସ,ଜଳଛାୟା ମିଶନର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଯୋଗାଣ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ ,ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ସମସ୍ତ ବ୍ଲକ୍ କର୍ମଚାରୀମାନେ ଉପସ୍ଥିତ ଥିଲେ l
0 Comments