କଲରା କୋଠା କୁକୁଡ଼ାଖାଇ ନାଳ ବ୍ରିଜ ତଳକୁ ଖସିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଚାଳକ ହେଲ୍ପର l

 



ବୌଦ୍ଧ:( ବାସୁଦେବ ଷାଣ୍ଢ ) 4:11:22କଣ୍ଟାମାଳ ଥାନା କଲରାକୋଠା ନିକଟରେ ଏକ ଟ୍ରକ ଦୁର୍ଘଟଣା ହୋଇଛି l ଏଥିରେ ଥିବା ଖଳାସୀ ବୌଦ୍ଧ ମକୁନ୍ଦ ପୁର ଗ୍ରାମର ମାଗୁଣି ନନ୍ଦ 27ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭଇ ସୁବର୍ଣ୍ଣପୁର ଜ଼ିଲ୍ଲା ଅଇଁଲାପାଲି ର କୁନା ପ୍ରଧାନ 34 ସାମାନ୍ୟ ଆହାତ ହୋଇ ଥିବା ଜଣାପଡିଛି l ସୂଚନା ଅନୁଯାଇ ଟ୍ରକଟି କନ୍ଧମାଳ ଜ଼ିଲ୍ଲା କେ. ନୂଆଁଗାଁରୁ ସୋନପୁର ଆସୁଥିବା ବେଳେ ବାଟରେ କଣ୍ଟାମାଳ ଥାନା କଲରାକୋଠା କୁକୁଡ଼ା ଖାଇ ନାଳ ଉପରେ ଥିବା ବ୍ରିଜରେ ଭାରଶ୍ୟାମ ହରାଇ ଦୁର୍ଘଟଣା ହୋଇ 20ଫୁଟ ତଳକୁ ଖସି ଯାଇ ଥିଲା l ଖବର ପାଇ କଣ୍ଟାମାଳ ଦମକଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହାତ ଦ୍ୱୟଙ୍କୁ ଉଦ୍ଧାର କରି କଣ୍ଟାମାଳ ଡାକ୍ତର ଖାନା ରେ ଭର୍ତ୍ତି କରିଛନ୍ତି l


କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଳି କଣ୍ଟାମାଳ ପୋଲିସ କହିଛି l ତେବେ ବ୍ରିଜର ଗୋଟିଏ ପାର୍ଶ୍ଵର ସମସ୍ତ ସୁରକ୍ଷା ବାଡ଼ ଭାଙ୍ଗି ଟ୍ରକ ଟି 20ଫୁଟ ତଳେ ପଡିଥିବା ଦେଖିବା କୁ ମିଳିଛି l

Post a Comment

0 Comments