କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଧବଳେଶ୍ବର ମହାପ୍ରଭୁ ଏହି ଓଷା ତଥା ପର୍ବ ପାଇଁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଏହି ପର୍ବକୁ ଚଳିତ ବର୍ଷ ପ୍ରଭାବିତ କରିଛି।ପ୍ରଶାସନ ପକ୍ଷରୁ ପୀଠ ପରିସର ରେ ୧୪୪ ଧାରା ଜାରୀ ହୋଇଥିବା ରୁ ଭକ୍ତଶୂନ୍ୟ ଧବଳେଶ୍ବର ପୀଠରେ କାଉ କୋଇଲିର ଶବ୍ଦ ନାହିଁ । ଆଜିର ଦିନରେ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ହେଲେ ଏହି ସମସ୍ତ ନୀତିକାନ୍ତିକୁ ଭକ୍ତ ଏ ବର୍ଷ ମଧ୍ୟ ଦେଖିବାରୁ ବଂଚିତ ହୋଇଥବାରୁ ହଜାର ହଜାର ଭକ୍ତଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଏଥିପାଇଁ ପୂଜକ ସମାଜ ପକ୍ଷରୁ ଶତାଧିକ ପୂଜକ ପ୍ରତିବର୍ଷ ଗଜଭୋଗକୁ ୭ ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରଥାନ୍ତି ।
ହେଲେ ଝୁଲାପୋଲ ଅସୁରକ୍ଷିତ ଘୋଷଣା ହେବାରୁ ଚଳିତବର୍ଷ ମଧ୍ୟ ଗଜଭୋଗ ପରିମାଣକୁ ପୂଜକ ସମାଜ ଅର୍ଦ୍ଧାଧିକ କମାଇ ଦେଇଛନ୍ତି ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରି କହିଛନ୍ତି । ରବିବାର ମଧ୍ୟରାତ୍ରରୁ ଗଜଭୋଗ ଓ ତରଣ ନିଷ୍ଠାର ସହିତ ପ୍ରସ୍ତୁତ ହୋଇ ଧବଳେଶ୍ୱରଙ୍କ ନିକଟରେ ଭୋଗ ଲାଗିବା ପରେ ସୋମବାର ଭୋର ୫ ଟାରୁ ଭୋଗ ବଣ୍ଟନ ହେବ । ପାଇକେରାପୁର ଠାରେ ଲାଗିଥିବା ଏଲଇଡି ସ୍କ୍ରିନ ନିକଟରେ ଏହି ଗଜ ଭୋଗ ପୂଜକ ମାନେ ବଣ୍ଟନ କରିବେ । ଏହି ଗଜଭୋଗ ପାଇବା ପାଇଁ ପ୍ରତିବର୍ଷ ଭକ୍ତଙ୍କ ମଧ୍ୟରେ ଏତେ ଆଗ୍ରହ ଥାଏ ଯେ ସପ୍ତାହକ ପୂର୍ବରୁ ଭୋଗ ପାଇବାକୁ ସେମାନେ ପୂଜକଙ୍କୁ ଟଙ୍କା ଦେଇଥାନ୍ତି । କାରଣ ନିଷ୍ଠା ଓ ଭକ୍ତିର ପ୍ରତୀକ ଗଜଭୋଗ ଓ ତରଣ ପରିବାର ପାଇଲେ ସେମାନଙ୍କର ସମସ୍ତ ମାନସ୍କାମ ପୂର୍ଣ୍ଣ ହେବ ସହିତ ରୋଗମୁକ୍ତ ହୋଇଥାନ୍ତି । ଆଜି ବଡ଼ ଓଷା ରେ ବାବା ଧବଳେଶ୍ୱରଙ୍କ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ପୀଠ ପରିସର ଓ ଝୁଲା ପୋଲ ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments