ସକାଳର ଖବର, ୦୯-ନଭେମ୍ବର-୨୦୨୨, ବୁଧବାର
┈┈┈•
➡️୧-ସରିଲା କାର୍ତ୍ତିକ ପୂର୍ଣ୍ଣିମା, ଆଜି ହେବ ଛାଡଖାଇ। ବ୍ୟବସାୟୀମାନେ ପୁରା ପୂର୍ବରୁ ପ୍ରସ୍ତୁତଥିବା ବେଳେ ଆଜି ଆମିଷ ଦୋକାନରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି।
➡️୨-ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା, ଲାଗିଛି ଦେଢ଼ ହଜାର ଷ୍ଟଲ୍ l ଉଦଘାଟନ କଲେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ।
➡️୩-ସରିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍ ଧରି ଚାଲିଲା ଛାଇ-ଆଲୁଅର ଖେଳ l
➡️୪-ଭାରତର ପ୍ରଥମ ପ୍ରାଇଭେଟ ରେକଟ୍ ସିଷ୍ଟମ ବିକ୍ରମ-ଏସ ନଭେମ୍ୱର ୧୨ରୁ ୧୬ ମଧ୍ୟରେ ଲଞ୍ଚ କରାଯିବ । ସ୍କାଇରୁଟ୍ ଏୟରୋସ୍ପେସର ଏହା ପ୍ରଥମ ମିଶନ l
➡️୫-ଏଣିକି ପୋଷ୍ଟ ଅଫିସରୁ ଟଙ୍କା ଉଠାଇବା ନିୟମରେ ହେଲା ବଡ ପରିବର୍ତ୍ତନ, ଏବେ ଟଙ୍କା ଉଠାଇଲେ ଲାଗିବ ଅତିରିକ୍ତ ଚାର୍ଜ l
➡️୬-ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ହେଲା ତୁମୁଳକାଣ୍ଡ l ଘଣ୍ଟ ପିଟା-ଗୋବର ମାଡ଼-ବିଧା ସହ ହେଲା ଗୋଇଠା-ଲାଠି ପାହାର ।
➡️୭-ଜି-୨୦ ଅଧ୍ୟକ୍ଷତା ଲୋଗୋ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ପଦ୍ମ ଫୁଲ ଉପରେ ପୃଥିବୀ ଚିତ୍ରଣ ଥିବା ଲୋଗୋ କୁ କଲେ ଉନ୍ମୋଚନ l
➡️୮-ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ l ୧୦ ତାରିଖରେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ ।
➡️୯-ଆଗାମୀ ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ ହଡତାଳରେ ଯିବେ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(AIBEA) ନଭେମ୍ବର ୧୯ରେ ଦିନିକିଆ ବ୍ୟାଙ୍କ ଧର୍ମଘଟର ଦେଲେ ଆହ୍ଵାନ l
➡️୧୦-ମରାଠୀ ଫିଲ୍ମ ‘ହର ହର ମହାଦେବ’କୁ ନେଇ ମହାରାଷ୍ଟ୍ରର ପୁଣେ ଓ ଥାଣେରେ ହେଲା ପ୍ରବଳ ହଙ୍ଗମା l ଫିଲ୍ମରେ ମରାଠା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଇଥିବା ନେଇ ହେଲା ଅଭିଯୋଗ l
➡️୧୧-ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା l
➡️୧୨-କୋଟା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ: କହିଲେ କୋଟା ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବଜାୟ ରଖିବାର ନାହିଁ ଆବଶ୍ୟକା l
➡️୧୩-ସାଉଦି ଆରବ ଏବଂ ଇରାକକୁ ପଛରେ ପକାଇ ଭାରତର ବୃହତ୍ତମ ତୈଳ ଯୋଗାଣକାରୀ ଦେଶରେ ପରିଣତ ହେଲା ରୁଷ l ସେପଟେ ପାକିସ୍ତାନ ଏବେ ମଧ୍ୟ ରିହାତି ରେ ତୈଳ ଖୋଜୁଛି l
➡️୧୪-କଂଗ୍ରେସର ଟ୍ବିଟର ହ୍ୟାଣ୍ଡେଲକୁ ବ୍ଲକ କରିବା ପାଇଁ ନିମ୍ନ ଅଦାଲତ ଦେଇଥିବା ଆଦେଶ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ l
➡️୧୫-ଗୁରୁପର୍ବ ପାଇଁ ୨୪୨୦ ଭାରତୀୟ ଶିଖ୍ ତୀର୍ଥଯାତ୍ରୀ ପାକିସ୍ତାନକୁ କଲେ ଯାତ୍ରା l ସେଠାରେ ତୀର୍ଥଯାତ୍ରୀମାନେ ବିଭିନ୍ନ ଧାର୍ମିକସ୍ଥଳରେ ଗୁରୁନାନକ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ।
➡️୧୬-କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍ରେ ଚାଲିଛି ପ୍ରସ୍ତୁତି । ଏହି ଲାବୋରେଟୋରୀ ରାୱଲପିଣ୍ଡିର ଚାକାଲାଲା କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ।
➡️୧୭-ଯୁଦ୍ଧ ସମାପ୍ତ କରିବାକୁ ଜେଲଂସ୍କି ରଖିଲେ ୫ ସର୍ତ୍ତ, କହିଲେ ଋଷ ମାନିଲେ ଆମେ କଥା ଆଗେଇବୁ ।
➡️୧୮-ଆଜି ଆଇସିସି ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ୱକପ୍ ରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ଭେଟିବ l
➡️୧୯-ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ ପ୍ରିମିୟର ଲିଗ୍'(ଆଇପିଏଲ) ଆଗାମୀ ପାଞ୍ଚ ବର୍ଷରେ ଦୁନିଆର ସବୁଠୁ ବଡ଼ ଲିଗ୍ ହେବ l ଚଳିତ IPLରେ ହେବ ୯୪ଟି ମ୍ୟାଚ୍ l
➡️୨୦-ଦକ୍ଷିଣ ଆଫ୍ରିକାର ମହାନତମ କ୍ରିକେଟର ଏବି ଡିଭିଲିୟର୍ସ କଲେ ଭବିଷ୍ୟତବାଣୀ, କହିଲେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ ଫାଇଟ୍, ଭାରତୀୟ ଦଳ ହେବ ବିଜେତା l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
ଆଜି ସାକ୍ଷରତା ଜାତୀୟ ଆଇନ ସେବା ଦିବସ ll
ଆଜି ବିଶ୍ୱ ଉର୍ଦ୍ଦୁ ଦିବସ ll
ଆଜି ୨୨ତମ ଉତ୍ତରାଞ୍ଚଳ ରାଜ୍ୟ ଗଠନ ଦିବସ ll
0 Comments