କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ବାଣ ଫୁଟି ୨୦ ଆହତ, ୪ ଗୁରୁତର
କେନ୍ଦ୍ରାପଡା: ବାଣଫୁଟି କେନ୍ଦ୍ରାପଡ଼ାରେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ବାଲିଆ ବଜାରରେ ଆଜି କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ଆଜି ରାତିରେ ଏହି ଅଘଟଣ ଘଟିଛି । ବାଣ ଫୁଟାଇ ଶୋଭାଯାତ୍ରା ଚାଲିଥିବା ବେଳେ ବାଣୁଆ ବାଣ ଫୁଟାଇଥିଲା, ହେଲେ କୌଣସି କାରଣରୁ ବାଣ ଉପରକୁ ନଯାଇ ଫୁଟି ଯାଇଥିଲା। ତେବେ ଏହି ଅଘଟଣରେ ୨୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
0 Comments