ବୌଦ୍ଧ,କଣ୍ଟାମାଳ ,:ତା.୯/୧୧:(ବାସୁଦେବ ଷାଣ୍ଢ ): ବୌଦ୍ଧ ଜିଲ୍ଲା କଣ୍ଟମାନ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରା.ପ. ଡିଗ୍ରୀ କଲେଜରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ସଭାପତିତ୍ଵରେ କଲେଜ ପରିଚାଳନା କମିଟିର ସଭାପତି କାର୍ତ୍ତିକେଶ୍ଵର ବେହେରା ମୂଖ୍ୟଅତିଥି ଭାବେ ଯୋଗ ଦେଇନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କୁ କିଛି ବାର୍ତ୍ତା ଦେଇ ଥିଲେ l ଛାତ୍ରଛାତ୍ରୀଙ୍କ ପାରସ୍ପାରିକ ଉତ୍ତମ ବ୍ୟବହାରରେ କଲେଜକୁ ସୁଫଳ ମିଳିଥାଏ ଏବଂ ଛାତ୍ରଛାତ୍ରୀ ଜଣେ ମେଧାବୀ ହେବାରେ ସହାୟକ ହୋଇଥାଏ l ସେହିପରି ଗଣମାଧମ ପ୍ରତିନିଧି ତଥା କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ମୂଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ସୁବାଷ ବାରିକ,ରିଚପାଲ ବଗର୍ତ୍ତୀ, ସୁନୀଲ ଗୁରୁ, ହୃଷିକେଶ ଭୋଇ, ଶ୍ରୀମତୀ ଗିତାଞ୍ଜଳି ରଣା, ଟଙ୍କଧର କମ୍ପ, ସଙ୍ଗିତା ଭୋଇ ଓ କବିତା ସାହୁ ଯୋଗଦେଇଥିଲେ l
ପ୍ରଥମତଃ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କଲାପରେ ପରିଚୟ ପ୍ରଦାନ କରି ଭାଇଚାରା ସ୍ୱରୂପ ପ୍ରତ୍ୟେକ ନୂତନ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା l ତୃତୀୟ ବର୍ଷର ଛାତ୍ରୀ ମଣିମା ରଣା ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ତୃତୀୟ ବର୍ଷର ଛାତ୍ରୀ ଭାନୁ ସୂତା ମହାକୁଡ଼ ସଦ୍ଭା ପରିଚାଳନା କରିଥିଲେ l କିରାଣୀ ଦେବେନ୍ଦ୍ର ରଣା ଧନ୍ୟବାଦ ପ୍ରଦାନ କରିଥିଲେ l ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସାଂସ୍କୃତିକ ଗୀତ, ନୃତ୍ୟର ଆୟୋଜନ କରାଯାଇଥିଲା l ସମସ୍ତ କାର୍ଯ୍ୟରେ ଲାଇବ୍ରେରୀଏନ ଶ୍ରୀକାନ୍ତ ରଣା, ଡିଇଓ କୁଶ ସାହୁ, କର୍ମଚାରୀ ନରେନ୍ଦ୍ର ମଲିକ, ପଞ୍ଚାନନ ଚୌହାନ , କ୍ଷିରଧର ରଣା ଓ ସୁଦର୍ଶନ ନାଏକ ସହଯୋଗ କରିଥିଲେ l
0 Comments