ପୋଲିସ ମାଓବାଦୀ ମୁହାଁମୁହିଁ,୨ ସନ୍ଦିଗ୍ଧ ପୁରୁଷ ମାଓବାଦୀ ନିହତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା

 







କୋରାପୁଟ:୧୧/୧୧/୨୨ କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଅତର୍କିତ ଆକ୍ରମଣର ପାଲଟା ଜବାବ ଦେଇଛି ପୋଲିସ। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିନସ୍ଥ ମାଳିପଦର ଜଙ୍ଗଲରେ ଗୁରୁବାର ମଧ୍ୟ ରାତିରେ ଏସ୍‌ଓଜି ଯବାନ କୁମ୍ବିଂ ଅପରେସନ କରୁଥିବା ସମୟରେ ୧୦ ରୁ ୧୫ ଜଣ ମାଓବାଦୀ ଏସ୍‌ଓଜି ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ଏହାର  ଜବାବରେ ଏସ୍‌ଓଜି ଯବାନ ମାନେ ମାଓବାଦୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ।ପୋଲିସ ଆକ୍ରମଣରେ ଘଟଣା ସ୍ଥଳରୁ ୨ ସନ୍ଦିଗ୍ଧ ମାଓବାଦୀଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେଠାରେ ଖୋଜାଖୋଜି କରିବାରୁ ୧୦ ଟି ଗଞ୍ଜେଇ ବସ୍ତା,୩ ଗୋଟି ବନ୍ଧୁକ, ମାଓବାଦୀଙ୍କ ପୋଷାକ, ମୋବାଇଲ୍ ଚାର୍ଜର,ଟିଫିନ୍ ବମ ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ୨ ସନ୍ଦିଗ୍ଧ ପୁରୁଷ ମାଓବାଦୀଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ପୋଷ୍ଟମୋଟମ କରା ଯିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ରାଜେଶ ପଣ୍ଡିତ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀ ରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ କୁମାର ଗୁଣ୍ଠପାଲି ଓ ବିଏସଏଫ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ସମେତ ବିଏସଫ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Post a Comment

0 Comments