ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

 



ନୟାଗଡ଼- (କୈଳାଶ ସିଅ )ବିଦ୍ୟାଳୟ ସ୍ତରରେ ପିଲାଙ୍କରଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କପକ୍ଷରୁ ଶିଶୁ ପ୍ରତିଭା ଉତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଶୁକ୍ରବାର ନୟାଗଡ଼ ବ୍ଲକ ସ୍ତରୀୟ ‘ସୁରଭି' କାର୍ଯ୍ୟକ୍ରମ ବାଲୁଗାଁ ଚଣ୍ଡୀସରକାରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂସିନିୟର ବିଭାଗରୁ ମୋଟ ୧୫୦ରୁ ଉଦ୍ଧୃର୍ ଛାତ୍ରଛାତ୍ରୀ ବିଭିନ୍ନପ୍ରତିଯୋଗିତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଆଦିରେଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୭ ତାରିଖରେ ହେବାକୁଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ।


ବ୍ଲକସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧୂରୀଡ.ବସନ୍ତ ନାୟକ ମୁଖ୍ୟ ଅତିଥ୍‌ ଭାବେ ଯୋଗଦାନ କରି ଉଦଘାଟନକରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥ୍‌ ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ରଏବଂ ପୁରସ୍କାର ପ୍ରଦାନ କରିଥିଲେ । 

ଶିକ୍ଷା ସହିତ ଖେଳକୁଦରଆବଶ୍ୟକ ରହିଥିବା ନୟାଗଡ଼ ବିଧାୟକ କହିଥିଲେ । ବ୍ଲକଶିକ୍ଷାଧୂକାରୀ ଗୀତାଞ୍ଜଳି ସାହୁଙ୍କପୌରହିତ୍ୟରେଆୟୋଜିତଏହିଉଦଯାପନୀ ସଭାରେ ସମ୍ମାନିତ ଅତିଥ୍‌ ଭାବେ ଜିଲ୍ଲା ପରିଷଦସଦସ୍ୟ ସୁବାଷଚନ୍ଦ୍ରକଅଁର,ବାଲୁଗାଁସରପଞ୍ଚମନୋଜନାୟକ,ସମିତିସଭ୍ୟା କବିତା ନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧୂକାରୀ ସଂଜୟମଲ୍ଲିକ ଏବଂ ଧନେଶ୍ବର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକନେତା ଶେଖ ଅବଦୁଲ ଖାଲିକ ଅତିଥ୍ ପରିଚୟ ପ୍ରଦାନ କରିଥିବାବେଳେ ଚଣ୍ଡୀ ସରକାରୀହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷଳଶିବପ୍ରସାଦ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Post a Comment

0 Comments