ବୌଦ୍ଧ ଟାଉନ ହଲ ଠାରେ ଏକ ମେଗା କଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

 




ବୌଦ୍ଧ :( ବାସୁଦେବ ଷାଣ୍ଢ ) ଆଜି ତା 06.11.2022 ରିଖ ଦିନ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପ୍ରଧାନ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ତରଫରୁ ବୌଦ୍ଧ ଟାଉନ ହଲ ଠାରେ ଏକ ମେଗା କଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିକ୍ରମ କୁମାର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ସାହୁ ଏବଂ ଜିଲ୍ଲାର ମୁଖ୍ୟ ଅତିରିକ୍ତ ମୁଖ୍ୟ ପୋଲିସ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ରାଉତ ଉପସ୍ଥିତ ଥିଲେ l ଏହା ଛଡା କୋୖର୍ଟ ର ଅନ୍ୟାନ୍ୟ ବିଚାରକ ଅଧିକାରୀଗଣ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ l ଏହା ଛଡା ଏହି ସଭାରେ ବହୁ ପରିମାଣରେ ଓକିଲ, ମେଡ଼ିଆ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ l ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିନ୍ନ ବିଭାଗ ତରଫରୁ ସରକାର ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାରେ ଆସୁଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ତତକ୍ଷଣାତ ଲାଭ ପ୍ରଦାନ କରିବା l ଏହି ସଭାରେ ପାଖାପାଖି 300 ରୁ ଉର୍ଧ୍ଵ ହିତାଧିକାରୀ ଯୋଗଦାନ ଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ l ସବା ପ୍ରଥମେ ଜିଲ୍ଲାର ସଂଗୀତାୟନ ଗ୍ରୁପ ତରଫରୁ ରାଜ୍ୟ ଦେଶପ୍ରେମୀ ସଂଗୀତ - " ବନ୍ଦେ ଉତ୍କଳ ଜନନୀ " ଗାନ କରାଯାଇଥିଲା l ତା ପରେ ଅତିଥିମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ସେମାନଙ୍କ ଯୋଗ୍ୟ ଅନୁଯାଇ ବିଭିନ୍ନ ଯୋଜନାରେ ଲାଭ ପ୍ରଦାନ କରାଯାଇଥିଲା l ଏହା ପରେ ମା ପୂର୍ଣ୍ଣମାସୀ ପାଲା ସାଂସଦ ଗ୍ରୁପ, ବହିରା ତରଫରୁ ସରକାର ଙ୍କ ବିଭିନ୍ନ ଯୋଜନା, ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉପସ୍ଥିତ ଥିବା ବିଭିନ୍ନ ଅଧିନିୟମ ଯଥା ବାଲ୍ୟ ବିବାହ ନିରୋଧ ଆଇନ, ପାରିବାରିକ ହିଂସା ଠୁ ମହିଳା ମାନଙ୍କୁ ସୁରକ୍ଷା ଆଇନ, ଯୌତୁକ ନିର୍ଯାତନା, ଏସିଡ attack, ଶିଶୁ ମାନଙ୍କ ପାଇଁ ଥିବା ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ପ୍ରଦାନ ଆଇନ ଇତ୍ୟାଦି ଉପରେ ଏକ ପାଲା ନାଟ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହା ପରେ ଜିଲ୍ଲାର ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନେ ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ଠୁ କେମିତି ଦୁରେଇ ରଖିବା ତଥା ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା  ଉପରେ ଏକ ନାଟକ ପରିବେଷଣ କରିଥିଲେ l ତାପରେ ଏହି ସାଂସ୍କୃତିକ କାର୍ଯ୍ୟକମ ଗୁଡିକରେ ଭାଗ ନେଇଥିବା ଗ୍ରୁପ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା l ସବା ଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ର ସଚିବ ଶ୍ରୀ ଚରଣଜିତ ଓରାମ ଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି ସଭାରେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ମଧ୍ୟ ବସା ଯାଇଥିଲା ଏବଂ ଲୋକମାନଙ୍କୁ ଲିଫଲେଟସ ଏବଂ ସରକାରୀ ଯୋଜନା ପତ୍ର/ତଥ୍ୟ ବଣ୍ଟନ କରାଯାଇଥିଲା l

Post a Comment

0 Comments