ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ମଧ୍ୟରେ ସରକାରଙ୍କ ମୋ ସ୍କୁଲ ମାଧ୍ୟମରେ ଆଲୁମିନି କମିଟିଗଠନ ହୋଇ ୫ ବର୍ଷ ପୁରିଲା . ସେ ଅବସରରେ କମିଟିକୁ ପୁନଃ ସକ୍ରିୟା କରିବା ପାଇଁ ଆଜି ସ୍କୁଲ ପ୍ରାଙ୍ଗଣରେ ନୂତନ ପୁରାତନ ଛାତ୍ର ଛାତ୍ରୀଂକୁଁନେଇ ଏକ ବୈଠକ ହୋଇଥିଲା .ଆଜିର ଏହି ସଭାରେ ସ୍କୁଲ୍ରର ସମସ୍ତ ଶିକ୍ଷକ ଆଲୁମିନି କମିଟିର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥିଲେ . ୨୦୧୭ ମସିହାରେ ଏହି କମିଟି କରାଯାଇ ୩ ଲକ୍ଷ ଟଙ୍କା ଆଦାୟ କରି ସରକାରଙ୍କ ଠାରୁ ୯ ଲକ୍ଷ ଟଙ୍କା ମିଳିଥିଲା ଯାହାକି ନୂତନ ଘରନିର୍ମାଣ କରାଯାଇଥିଲା . ଆଜିକୁ ଏହି ଆଲୁମିନି କମିଟିର ୫ ବର୍ଷ ପୁରାଣ ହୋଇଛି . ଆଜି ନୂତନ କମିଟି ଗଢା ହେବା ସହିତ ପୁରାତନ ଛାତ୍ର ଛାତ୍ରୀ ମାନେ ଆଜି ମଧ୍ୟ ଆଲୁମିନି କମିଟି କୁ ଅର୍ଥ ଦାନ କରିଥିଲେ .ସେମାନେ ହେଲେ ଆକାଂକ୍ଷା ପ୍ରଧାନ ୫ ହଜାର ,ଝରଣା ପ୍ରଧାନ ୫ଶହ ଟଙ୍କା ଦେଇ ଶୁଭାରମ୍ଭ କରିଥିଲେ .
ସ୍କୁଲ ଆଲୁମିନି କମିଟି ତରଫରୁ ବାର୍ତା ଦିଆଯାଇଛି ସ୍କୁଲ୍ରର ସମସ୍ତ ନୂତନ ଓ ପୁରାତନ ଛାତ୍ର ଛାତ୍ରୀ ସ୍କୁଲ ର ପ୍ରଗତି ପାଇଁ ଅର୍ଥ ରାଶି ପ୍ରଦାନ କଲେ ବିଦ୍ୟାଳୟର ଉର୍ନତି ସକାଶେ ତାହା କାର୍ଯ୍ୟରେ ଆସିବ .ଏହା ଆଲୁମିନି କମିଟିର ସଦସ୍ୟ ମାନେ ବିନମ୍ର ଅନୁରୋଧ କରିଛନ୍ତି .
0 Comments