କାଲେଶ୍ୱର ଆବାସିକ ବିଦ୍ୟାଳୟ ପରିଚାଳକଙ୍କୁ ଜ଼ିଲ୍ଲାପାଳଙ୍କ କଡା ଚେତାବନୀ ଶିଶୁମାନଙ୍କ ସୁରକ୍ଷା ପ୍ରତି ଅବହେଳା ହେଲେ ବିଦ୍ୟାଳୟ ବନ୍ଦ ହେବ


 ବୌଦ୍ଧ ଜ଼ିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ କାଲେଶ୍ୱର ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସୂରକ୍ଷା,ରକ୍ଷଣାବେକ୍ଷଣ,ଶିକ୍ଷାଦାନ,ଖାଦ୍ୟ ହଷ୍ଟେଲ ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା,ଶୌଚାଳୟ ଆଦି ସଂପର୍କରେ ଅନୁଧ୍ୟାନ କରିଥିଲେ l ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ l ବିଦ୍ୟାଳୟର ପିଲାମାନଙ୍କ ନିକଟରେ ରକ୍ତହୀନତା,ପୁଷ୍ଟିହୀନତା ଦେଖିବାକୁ ପାଇବାସହ ତତ୍କାଳ ସେଠାରେ ଏକ ମେଡିକାଲ କ୍ୟାମ୍ପ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି କ୍ୟାମ୍ପରେ ଶିଶୁ ବିଶେଷଜ୍ଞ,ଚକ୍ଷୁବିଶେଷଜ୍ଞ,ଚର୍ମ ବିଶେଷଜ୍ଞ ଉପସ୍ଥିତ ରହିବା ସହିତ ଜ଼ିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପର୍ଯ୍ୟନ୍ତ କ୍ୟାମ୍ପ ପରିଚାଳନା କରିବାକୁ ଜ଼ିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ l ଏହାସହିତ ଅଶାକର୍ମୀମାନେ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଶିଶୁଙ୍କ ପରିଷ୍କାର ପରିଛନ୍ନତା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l

ବିଦ୍ୟାଳୟରେ ଆକ୍ୱାଗାର୍ଡ ଲଗାଇ ବିଶୁଦ୍ଧ ପାନୀୟଜଳ ଶିଶୁମାନଙ୍କୁ ଦେବାକୁ ପରିଚାଳନା ସଂସ୍ଥାକୁ ଜ଼ିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ l ସେହପରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳାନରେ ପାଇଖାନା କମ ଥିବାରୁ ଜ଼ିଲ୍ଲା ପାଳ ଶ୍ରୀସାହୁ  ଅଧିକ ସଂଖ୍ୟାକ ଷୌଚାଳୟ କରିବାପାଇଁ ନିର୍ଦେଶ ଦେଇ ଥିଲେ l ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ,ଜୋତା,ଔଷଧ,ପୁଷ୍ଟିକର ଖାଦ୍ୟ ,ଖଟ ଓ ମଶାରୀ ଆଦି ଯୋଗାଇଦେବାକୁ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଆସନ୍ତାକାଲି ବିଦ୍ୟାଳୟ ପରିଚାଳକ ୪ ମାସର ଅଡିଟ ରିପୋର୍ଟ, ବିଦ୍ୟାଳୟକୁ ମିଳିଥିବା ଅନୁଦାନ ଏବଂ ଖର୍ଚ୍ଚ ବିବରଣୀ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିବାକୁ ଜ଼ିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିଲେ l ପରେ ପରେ ଜ଼ିଲ୍ଲାପାଳ ଅନ୍ୟ ଅଧିକାରୀମାନଙ୍କ ସହିତ ସରସରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ l

Post a Comment

0 Comments