ଧାମନଗର ଉପନିର୍ବାଚନ ରେ ବିଜେପି ର ପ୍ରାଥୀ ଜିତିବା ପରେ କଣ୍ଟାମାଳ ଅଞ୍ଚଳ ର ବିଜେପି କର୍ମୀ ଙ୍କ ବିଜୟ ଉତ୍ସବ ପାଳନ

 





ବୌଦ୍ଧ କଣ୍ଟାମାଳ 6/11/22/ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବିଜେପି ପ୍ରାଥୀ ସୁରଜ ସୄଯ୍ୟବଂଶୀ ସେଠୀ 9742ଖଣ୍ଡ ଭୋଟ ବିଜେଡି କୁ ପଛରେ ପକାଇ ଜିତିଥିବା ବେଳେ l ଆଜି କଣ୍ଟାମାଳ ଠାରେ ବିଜେପି କର୍ମୀ ବାଜା, ବାଣଫୁଟାଇ, ଉତ୍ସବ ପାଳନ କରିଥିଲେ l ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ଙ୍କ ନେତୃତ୍ୱ ରେ ଶତାଧିକ କାର୍ଯ୍ୟକର୍ତ୍ତା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ବ୍ଲକ ଛକ ଯାଏଁ ପହଞ୍ଚି ଥିଲେ l ଧାମନଗର ର ଏ ବିଜୟ ସାରା ଓଡିଶା ପାଇଁ ଏକ ସଂକେତ ଏବଂ ଆଗାମୀ ଦିନରେ ସାରା ରାଜ୍ୟରେଏହି ଧାରା ଜାରୀ ରହିବବୋଲି କହିଥିଲେ l କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ, ନାରାୟଣ କର୍ମୀ ସାମିଲ ହୋଇ ସାରା ରାଜ୍ୟରେ ବିଜେଡି ସରକାର ପ୍ରତୀ ଲୋକଙ୍କ ଅଶାନ୍ତି ଅଛି ଆଗାମୀ ଦିନରେ ଆଉ ବିଜେଡି ଦଳର ଟଙ୍କା କାମ କରିବ ନାହିଁ କି ମହିଳା ମାନଙ୍କୁ ମିଛ କହି ଭୋଟ ହାତେଇବା ନୀତି ଆଉ ଚଳିବନାହିଁ ବୋଳି କହିଥିଲେ l କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ରାମଚନ୍ଦ୍ର ତାଣ୍ଡି, ଗୋପାଳ ପୁରୋହିତ, ଶଙ୍କର୍ଷଣ ସାହୁ, ଶିବ କମ୍ପ, ଅନଙ୍ଗ ପ୍ରଧାନ, ଦେବାର୍ଚନ ନାୟକ, ଲାଲୁ କମ୍ପ ସୁଦର୍ଶନ ବଘାର, ଋଷି ରଣା, ସୁଶାନ୍ତ ପୁଟେଲ, ପ୍ରମୁଖ ଯୋଗ ଦେଇଥିଲେ l

Post a Comment

0 Comments