ଆ କା ମା ବୈ, ପାନଗୁଆ ଥୋଇ। ପାନଗୁଆ ତୋର ମାସକ ଧରମ ମୋର।
ହିନ୍ଦୁ ଧର୍ମରେ କାର୍ତିକ ମାସର ପଂଚୁକ ର ପୂର୍ଣ୍ଣମୀ ଦିନ ଡଙ୍ଗା ଭସାଇ ଭୋରୁ ଭୋରୁ ଜନସାଧାରଣ ମାନେ ମନ୍ଦିର ରେ ଠାକୁରଙ୍କୁ ଯାଇ ଦର୍ଶନ କରିଥାନ୍ତି, ତାହା ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।କରୋନା କଟକଣା ହଟିଥିବା ବେଳେ ଚଳିତ ବର୍ଷ ର କାର୍ତ୍ତିକ ପୂର୍ଣ୍ଣିମା ଦିନ ୫ ଟା ୩୦ ପରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦେବନୀତି ବନ୍ଦ ହେବ ବୋଲି ପ୍ରକାଶ ପାଇବା ପରେ ଗୋଡିବନ୍ଧ ପଞ୍ଚାୟତ ର ତୈଳୀକ ସମାଜ ପକ୍ଷରୁ ଆଜି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ସୋମବାର କାନପୁର ଥାନା ଅଧିନ ଗୋଡିବନ୍ଧ ଗାଁରେ ତୈଳିକ ବୈଶ ସମାଜ ପକ୍ଷରୁ ବୋଇତ ବନ୍ଦାଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବୋଇତକୁ ସାଜସଜ୍ଜା କରି ଘଣ୍ଟ ଘଣ୍ଟା ହୁଳହୁଳି ରେ ପ୍ରାଥମେ ଗ୍ରାମ ମନ୍ଦିରରୁ ବାହାରିବା ସହ ପ୍ରତି ଘରେ ଘରେ ବନ୍ଦା ପନା କରିବା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ଜଳାଶୟ ରେ ଡଙ୍ଗା ଭସା ପର୍ବ ଅନୁଷ୍ଠିତ ହୋଇଯାଇଛି। ତୈଳିକ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେ ଗାଁର ସମସ୍ତ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments