ଆଜିର ଗୀତା ବାଣୀ


 ଇନ୍ଦ୍ରିୟମାନେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ସଂସ୍ପର୍ଶରେ ଆସି ସୁଖର ଅନୁଭୂତି କରାଇଥାନ୍ତି । ମନ, ଯାହାକୁ ଷଷ୍ଠ ଇନ୍ଦ୍ରିୟ ମଧ୍ୟ କୁହାଯାଏ, ସମ୍ମାନ, ପ୍ରଶଂସା, ପରିସ୍ଥିତି,ସଫଳତା ଇତ୍ୟାଦିରୁ ସୁଖ ଅନୁଭବ କରିଥାଏ। 


🕉️ ସାଂସାରିକ ସୁଖର ମାତ୍ରା ସୀମିତ ଅଟେ,ତେଣୁ ସେଥିରେ ଅସମ୍ପୂର୍ଣ୍ଣତାର ଭାବ ଅନ୍ତର୍ନିହିତ ଥାଏ । ଜଣେ ବ୍ୟକ୍ତି କୋଟିପତି ହେଲେ ଆନନ୍ଦିତ ହୋଇପାରନ୍ତି,କିନ୍ତୁ ଜଣେ ଅରବପତିକୁ ଦେଖି ଅସନ୍ତୁଷ୍ଟ ହୋଇ ଚିନ୍ତାକରନ୍ତି।


🕉️ ସାଂସାରିକ ସୁଖ କ୍ଷଣସ୍ଥାୟୀ । ଥରେ ସମାପ୍ତ ହୋଇଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦୁଃଖର ଅନୁଭୂତି କରାଇଥାଏ। 


🕉️ ଭଗବାନଙ୍କର ଆନନ୍ଦ ଚୈତନ୍ୟ ଅଟେ;ଏହା ସତ୍‌-ଚିତ୍‌-ଆନନ୍ଦ ଅଟେ। ସେଥିପାଇଁ ଜଣେ ଦିନସାରା ସେହି ଗୋଟିଏ ଦିବ୍ୟନାମ ଜପ କଲେ ମଧ୍ୟ, ନିତ୍ୟ-ନୂତନ ଭକ୍ତିମୟ ସନ୍ତୋଷ ଅନୁଭବ କରିଥାଏ।


Post a Comment

0 Comments