ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଆଜି ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସ୍ଏସ୍ସି) ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଥିବା ପ୍ରାର୍ଥୀମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଫେବ୍ରୁଆରୀ ୨୩ରେ ପ୍ରିଲିମନାରି ପରୀକ୍ଷା ହୋଇପାରେ ବୋଲି ସୂଚନା ପ୍ରକାଶ ପାଇଛି। ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଉଭୟ ଇଂରାଜୀ ଓ ଓଡ଼ିଆରେ ହେବ। ଏହାର ସିଲାବସ ବିଜ୍ଞପ୍ତିରେ ପ୍ରକାଶ ପାଇବ।
0 Comments