ସକାଳର ଖବର, ୦୫-ନଭେମ୍ବର-୨୦୨୨, ଶନିବାର


 ୧-ଆଜି ଦ୍ୱାଦଶୀ ତିଥି ଅବସରରେ ପୁରୀରେ ଶ୍ରୀଜିଉଙ୍କ ଦୁର୍ଲଭ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଠାକୁର ମାନେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ମସ୍ତକରେ ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ଧାରଣ କରିବେ ।

➡️୨-ନଭେମ୍ବର ୨୩ରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା l ଏବେଠାରୁ ଡାଉନଲୋଡ କରିହେବ ଆଡମିଟ କାର୍ଡ l ଏହି ପରୀକ୍ଷା ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ l ୩,୦୨୯ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫,୩୨,୭୧୨ ଜଣ  ଛାତ୍ରଛାତ୍ରୀ।

➡️୩-ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କଲେ ମାସିକ ପାରିଶ୍ରମିକ l

➡️୪-ମ୍ୟାଲେରିଆ ରୋଗକୁ ନେଇ ଆସିଲା ବଡ ଆଶ୍ୱସ୍ତି, ମ୍ୟାଲେରିଆ ରୋକିବାରେ ମେଡ଼ିସିନ ପ୍ରସ୍ତୁତ କରି ସଫଳତା ହାସଲ କଲେ ଆଫ୍ରିକାର ବୈଜ୍ଞାନିକ ମାନେ । ଏହି ଔଷଧ ଥରେ ନେବା ମାତ୍ରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ଆଉ ମ୍ୟାଲେରିଆ ରୋଗ ହେବ ନାହିଁ ।

➡️୫-ସାରା ଦେଶରେ ଆଦିବାସୀ ନୃତ୍ୟ କଳା ସଂସ୍କୃତିକୁ ନେଇ ହୋଇଥିବା ମହୋତ୍ସଵ ରେ ବଲାଙ୍ଗୀର ଜିଲ୍ଲା ଘୁଡକା ନାଚ ପାଇଲା ଦ୍ୱିତୀୟ ସ୍ଥାନ l ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ରାଇପୁର ରେ ସାରା ଦେଶରୁ ୬୦ରୁ ଅଧିକ ନୃତ୍ୟ ଦଳ ଏହି ମହୋତ୍ସବରେ ଭାଗ ନେଇଥିଲେ।

➡️୬-ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ରିପୋର୍ଟ ଅନୁସାରେ ପାରମ୍ପରିକ ଜାଳେଣି ବ୍ୟବହାରରେ ଦେଶର ତୃତୀୟ ସ୍ଥାନରେ ରହିଲା ଓଡିଶା l ଓଡିଶାର ୬୫% ଲୋକ ପାରମ୍ପରିକ ଜାଳେଣି ବ୍ୟବହାର କରୁଛନ୍ତି  l

➡️୭-କଳାଧନର ନୂଆ ଠିକଣା ପାଲଟିଛି କ୍ରିପ୍ଟୋ ୱାଲେଟ୍ । ଭିଜିଲାନ୍ସ ପଞ୍ଝାରେ ପଡିଥିବା ଯନ୍ତ୍ରୀ ନିହାର ଦାସଙ୍କର ୮୮ଟି କ୍ରିପ୍ଟୋ ୱାଲେଟ୍ ଠାବ କଲା ଭିଜିଲାନ୍ସ । ଯେଉଁଥିରେ ସେ ପ୍ରାୟ ୨ କୋଟି ଟଙ୍କାର ନିବେଶ କରିଥିବା ଜଣାପଡିଛି ।

➡️୮-କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ସପିଂ ମଲ୍‌, ଜିଲ୍ଲା ଖାଉଟି ଅଦାଲତ ଦ୍ଵାରା ହେଲା ଦଣ୍ଡିତ l ମାତ୍ର ୬ ଟଙ୍କାର କ୍ୟାରିବ୍ୟାଗ୍ ପାଇଁ ସପିଂ ମଲ୍ ଗଣିଲା ୨୫ ହଜାର ଟଙ୍କା ଫାଇନ୍ l

➡️୯-ଚୀନ୍ ଲଞ୍ଚ କରିଥିବା ରକେଟ୍ ବିଫଳ ହେବା ପରେ ଏହା ଦ୍ରୁତଗତିରେ ଭୂପୃଷ୍ଠ ମୁହାଁ ହୋଇଛି । ରକେଟର ଭଗ୍ନାବଶେଷ ପୃଥିବୀର କୌଣସି ସ୍ଥାନରେ ବି ପଡ଼ିପାରେ । ସ୍ପେନ ନିକଟରେ ପଡ଼ିବା ଆଶଙ୍କା ଉପୁଜିଥିବା ବେଳେ ନିଜର ବିମାନ ଉଡ଼ାଣ ସହିତ କିଛି ବିମାନବନ୍ଦରକୁ ମଧ୍ୟ କଲା ବନ୍ଦ l

➡️୧୦-ଥମୁନି ବଲିଉଡ୍‌ରେ ବୟକଟ୍ ଧାରା: ଶାହରୁଖଙ୍କ ଫିଲ୍ମ ‘ପଠାନ’କୁ ନେଇ ଟ୍ୱିଟରରେ ହେଲା ଟ୍ରେଣ୍ଡ । ଫିଲ୍ମ ଟି ଆସନ୍ତା ବର୍ଷ ଜାନୁଆରୀ ୨୫ ରେ ଫିଲ୍ମ ମୁକ୍ତିଲାଭ କରିବ l

➡️୧୧-ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ କୁ ନେଇ ସେପଟେ ଚୀନ ଚିନ୍ତିତ ଥିବା ବେଳେ ନିରୀକ୍ଷଣ ପାଇଁ ଭାରତ ମହାସାଗରକୁ ପଠାଇଲା ଗୁପ୍ତଚର ଜାହାଜ l

➡️୧୨-ଏଣିକି ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ଆଉ ଭରଣପୋଷଣ ମିଳିବ ନାହିଁ । ଏ ନେଇ ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଦେଲେ ଏହି ରାୟ l

➡️୧୩-ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ନଲେ ବଡ଼ ନିଷ୍ପତି, ଏଣିକି ୫୦ପ୍ରତିଶତ କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ' l

➡️୧୪-ଦିଲ୍ଲୀ ମହାନଗର ନିଗମ MCD ନିର୍ବାଚନ ଭୋଟ ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୭ ତାରିଖରେ ହେବ ଗଣତି ।

➡️୧୫-ଲକ୍ଷ୍ନୌ ରେ ଏଣିକି ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍‌ରେ ପହଞ୍ଚିବେ। ସେହିପରି ସ୍କୁଲ୍‌ ଛୁଟି ହେବାର ୩୦ ମିନିଟ୍‌ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଘରକୁ ଫେରିବେ।

➡️୧୬-୭୪ ଲକ୍ଷ ସାଇବର ଠକେଇ ଅଭିଯୋଗରେ କୋଲକାତାରୁ ଜଣକୁ ଗିରଫ କଲା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ l

➡️୧୭-ଭାରତ ଯୋଡୋ ଯାତ୍ରାରେ KGF-2 ଗୀତ ବ୍ୟବହାର ନେଇ ବେଙ୍ଗାଲୁରୁ ସ୍ଥିତ ଏମ୍‌ଆର୍‌ଟି ମ୍ୟୁଜିକ କମ୍ପାନୀ କପିରାଇଟ୍ ଉଲ୍ଲଂଘନ ରେ ରାହୁଲ ଗାନ୍ଧୀଙ୍କ ସମେତ ୩ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା କଲେ ରୁଜୁ l

➡️୧୮-ଗୁଳିମାଡ଼ରେ ଆହତ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଲେ ଚାଞ୍ଚଲ୍ୟକର ବୟାନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଥାଇ ପାକିସ୍ତାନବାସୀଙ୍କୁ କଲେ ସମ୍ବୋଧନ l କହିଲେ ଆକ୍ରମଣ ହେବ ବୋଲି ୨ଦିନ ଆଗରୁ ଜାଣିଥିଲେ । ତାଙ୍କ ଦେହରେ ୪ଟି ଗୁଳି ବାଜିଛି ।

➡️୧୯-ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ବଡ଼ ଘୋଷଣା, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ୍ ହେବେ ଡୋନାଲ୍ଡ ଟ୍ରମ୍ପ l

➡️୨୦-ଟି-୨୦ ବିଶ୍ୱକପ: ଆୟରଲାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ l

➡️୨୧-ଟି-୨୦ ବିଶ୍ଵ କପ୍‌ର ୩୮ତମ ମ୍ୟାଚ୍‌ରେ ଲଢେଇ କରି ଅଷ୍ଟ୍ରେଲିଆଠାରୁ ୪ ରନରେ ହାରିଲା ଆଫଗାନିସ୍ତାନ l

➡️୨୨-ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନର ଖରାପ ପ୍ରଦର୍ଶନ ଯୋଗୁଁ ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବୀ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

ଆଜି ତୁଳସୀ ବିବାହ ll
ଆଜି କ୍ରିକେଟର ବିରାଟ କୋହଲିଙ୍କ ଜନ୍ମ ଦିନ  ll
ଆଜି ବିଶ୍ୱ ସୁନାମି ସଚେତନତା ଦିବସ ।।
ଆଜି ଆମେରିକା ଫୁଟବଲ ଦିବସ ।।
ଆଜି ଜାତୀୟ ଗୟଳ ଦିବସ ।।

          ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                ll ଶୁଭ ସକାଳ,ସୁପ୍ରଭାତ ll

Post a Comment

0 Comments