ବୌଦ୍ଧଜ଼ିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ମିଳିତ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ପାଳନ କରାଯାଉଅଛି l ସପ୍ତାହର ଦ୍ୱିତିୟ ଦିବସରରେ ଖୁଣ୍ଟବନ୍ଧ ସ୍ଥିତ ଲାଇବ୍ରେରୀ ହଲଠାରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆଙ୍କ ତତ୍ୱାବଧାନରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି l ଖୁଣ୍ଟବନ୍ଧ କଳିଙ୍ଗ ଯୁବକ ସଙ୍ଘ ତରଫରୁ କ୍ଲବ ସଭାପତି ରବୀନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ୱରେ ମୁଖ୍ୟଅତିଥି ରୂପେ ନିବାରଣ ନିରୀକ୍ଷକ ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଟୁନି ମହାନନ୍ଦିଆ , ପୂର୍ବତନ ସରପଞ୍ଚ ଖଗେଶ୍ୱର ମହାକୁଡ଼, ବୌଦ୍ଧ ଜିପିଓ ,ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗ ଦେଇ କାର୍ୟ୍ୟିକ୍ରମ ସମ୍ପର୍କରେ ଅବଗତ କରାଇଥିଲେ l
ସେହିପରି ଦ୍ୱିତୀୟ ପର୍ୟ୍ୟାତୟରେ ଗନ୍ଧରାଢ଼ୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୁର୍ନୀତି ନିବାରଣ ନିରୀକ୍ଷକ ଓ ସମ୍ମାନିତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗଦେଇ କାର୍ଯ୍ୟକ୍ରମ ମହତ୍ୱ,ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନସେଲର ଅଶୋକ କୁମାର ପାଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପିକା ଧନ୍ୟବାଦ ଅର୍ପଣ କରିଥିଲେ l
0 Comments