ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ବୈଠକ ଗୃହ ଠାରେ ଦିନିକିଆ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ୪ ନଭେମ୍ବର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ଆଚାର୍ଯ୍ୟ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ରୀନା ସରିତା ଲରେନ୍ସ ଓ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇଥିଲେ।ବୈଠକ ରେ ବାଲ୍ୟ ବିବାହ ର କାରଣ ଓ ନିରାକରଣ,ଦୂରୀକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ଓ ଅଧିନିୟମ ସହିତ ନିଜ ନିଜର ଦାୟିତ୍ଵ ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ନିଜ ଅଞ୍ଚଳ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ। ଉକ୍ତ ବୈଠକରେ ୨୦ ଟି ବ୍ଲକ ରୁ ୪୦ଜଣ ସରପଞ୍ଚ ଓ ସେମିତି ସଭ୍ୟ ଯୋଗଦେଇଥିବା ବେଳେ ୧୦ ଜଣ ବ୍ଲକ୍ କର୍ମଚାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସହୋଜୋଗି ନିକି ପ୍ରଧାନ, ସୁଭାଶିଷ ମିଶ୍ର ,ପ୍ରିୟଙ୍କା ବରାଡ, ସ୍ୱାତିରେଖା ଦାସ, ପ୍ରସନ ବଘସିଂ କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ।ପରିଶେଷରେ ସମସ୍ତେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
0 Comments