ବୌଦ୍ଧ:( ବାସୁଦେବ ଷାଣ୍ଢ ) ଅଦ୍ୟ ତା ୫.୧୧.୨୦୨୨ ରିଖ ଜ଼ିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜ଼ିଲ୍ଲା ପାଳ ସତ୍ୟରଞନ ସାହୁ ବୌଦ୍ଧର ଦୂୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଥାୟୀ ପଟା ପ୍ରଦାନ କରିଥିଲେ l ସୁଚନା ମୁତାବକ ବଘିଆପଡା ଗୌଡଦେଇ ସ୍ଥିତ ଥିବା ଆଇଟିଆଇ ଓ ପଲିଟେକନିକର ୨୨ ଏକର ଯାଗା ଦୀର୍ଘ ୧୦ ବର୍ଷ ହେବ ଉକ୍ତ ଅନୁଷ୍ଠାନ ଗୁଡିକ ପଟା ପାଇପାରୁନଥିଲେ l କିନ୍ତୁ ଜ଼ିଲ୍ଲା ପାଳ ଶ୍ରୀସାହୁଙ୍କ ହସ୍ତକ୍ଷେପ ପରେ ଶନିବାର ଦିନ ଉଭୟ ଶିକ୍ଷାନୁଷ୍ଠାନକୁ ଜ଼ିଲ୍ଲା ପାଳ ୨୨ ଏକର ଯାଗାର ପଟା ପ୍ରଦାନ କରିଛନ୍ତି l ପଟାପ୍ରଦାନ ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରଣୀ ଦଳବେହେରା, ଜ଼ିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନ କୁମାର ମେହେର, ଜ଼ିଲ୍ଲାସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ , ବୌଦ୍ଧ ତହସିଳଦାର ଦେବିପ୍ରସାଦ ଦାସ, ସହକରୀ ଜ଼ିଲ୍ଲା ପାଳ ସତ୍ୟଜିତ ମହାପାତ୍ର , ବିଜୟ ପ୍ରଧାନ ଓ ଦୁଇ ଶିକ୍ଷାନୁଷ୍ଠାନର ଅଧକ୍ଷ୍ୟ ମାନେ ଉପସ୍ଥିତ ଥିଲେ l
0 Comments