ବୌଦ୍ଧ : ( ବାସୁଦେବ ଷାଣ୍ଢ ): ଅଦ୍ୟ ତା ୦୬.୧୧.୨୨ ରିଖ ଅପରାହ୍ନରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ସମ୍ବଲପୁର ଗସ୍ତ କରୁଥିବାବେଳେ ବୌଦ୍ଧଠାରେ କିଛି ସମୟ ଅଟକି ଜ଼ିଲ୍ଲାସଂଗ୍ରହାଳୟ ପରିଦର୍ଶନ କରିଥିଲେ l ସଂଗ୍ରହାଳୟର ବିଭିନ୍ନ କକ୍ଷ ବୁଲି ଦେଖିବା ସହିତ ସଂଗୃହୀତ ହୋଇ ରହିଥିବା ବିଭିନ୍ନ ସାମଗ୍ରୀ ଦେଖି ଅଭିଭୁତ ହୋଇଥିଲେ l ରାଜ୍ୟ ସଂଗ୍ରହାଳୟ ପରେ ବୌଦ୍ଧଜ଼ିଲ୍ଲାର ଏହି ସଂଗ୍ରହାଳୟ ରାଜ୍ୟରେ ଦ୍ୱିତିୟ ସ୍ଥାନ ଅଧିକାର କରିବ ବୋଲି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିବା ସହିତ ସଂଗ୍ରହାଳୟ ପରିଚାଳନା ସଂପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ l ସଂଗ୍ରହାଳୟ ମଧ୍ୟରେ ୧୧ ଡି,ଭୁଲଭୁଲେୟା ଓ ଗ୍ରାଭିଟି ନନେଲ ଓ ଆକ୍ୱାରିୟମର ଅନୁଭୁତି ନେବା ସହିତ ବୌଦ୍ଧଭଳି ଜ଼ିଲ୍ଲାରେ ପର୍ଯ୍ୟଟକମାନଙ୍କ ପାଇଁ ଏହିସବୁ ସୁବିଧା ଯୋଗାଇଦିଆଯାଇଥିବାରୁ ଜ଼ିଲ୍ଲା ପ୍ରଶାସନକୁ ଉଚ୍ଚ ପ୍ରଶଂସା କରିଥିଲେ l
0 Comments