
ରାୟଗଡା ଜିଲ୍ଲା ରାମନାଗୁଡା ସଦର ରେ ବିଜେଡି ଜିଲ୍ଲା ସଭାପତି ସୁଧୀର କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡା ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାମନାଗୁଡା ବ୍ଲକ ବିଜୁ ଜନତା ଦଳ ଆବାହକତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ ନେତା ,କର୍ମୀ, ସମର୍ଥକ ଏକତ୍ରିତ ହୋଇ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ବାଜାବାଜଣା ସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବକ୍ତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଶାସନ ର ବାର୍ତା ଘରେ ଘରେ ପହଞ୍ଚାଇବା କର୍ମକର୍ତା ଙ୍କୁ କହିଥିଲେ। ଜିଲ୍ଲା ବିଜେଡି ସଭାପତି ଶ୍ରୀ ଦାଶ ଙ୍କ ନେତୃତ୍ୱରେ ହୋଇଥିବା ଏହି ପଦ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ ,ରାଜ୍ୟ ମହିଳା ସମ୍ପାଦିକା ରଜନୀ ମାଣ୍ଡାଙ୍ଗି, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ସୁଜାତା ମାଣ୍ଡାଙ୍ଗି,ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡାଙ୍ଗା,ରାମନାଗୁଡା ଖୋ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଗମାଙ୍ଗ,ଜିଲ୍ଲା ବିଜେଡି ଛାତ୍ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା(ପିଙ୍କୁ) ଜିଲ୍ଲା ଉପ ସଭାପତି କୈଳାଶ କ୍ରାସ୍କା, ଜିଲ୍ଲା ସମ୍ପାଦକ ରମାକାନ୍ତ ମାଝୀ,ରାମନାଗୁଡା ବ୍ଲକ ଜୁବ ବିଜେଡି ସଭାପତି ସଞ୍ଜୟ କୁମାର ପ୍ରଧାନ, ବିଜୁ ଜୁବ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ମାଧବ ମୁଟିକା ,ଛାତ୍ର ଉପସଭାପତି ଦୀପକ କୁମାର ଦାଶ ,ଜୁବ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ସହ ସମ୍ପାଦକ ଅଶ୍ୱିନୀ ରାଉଳ,ଗୁଣୁପୁର ବ୍ଲକ ସଭାପତି କେ. ବାସା, ଏନଏସି ସଭାପତି ରାମ ପଣ୍ଡା ଙ୍କ ସମେତ ରାମନାଗୁଡା ବ୍ଲକ ର ବିଜେଡି କର୍ମୀ ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ
0 Comments