ନୂଆଗାଁ ବ୍ଲକ ପରିସରରେ ମାଣ୍ଡିଆ ଦିବସ ଅନୁଷ୍ଠିତ



ଆଜି ହେଉଛି ମାର୍ଗଶିରମାସର ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ଆମେ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି।’



ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ – ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ଆମେ Millet Mission ଆରମ୍ଭ କରିଛୁ । ଏଥିରେ ପାଞ୍ଚ ବର୍ଷରେ ଦୁଇ ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।


ଆମର Millet Mission ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । United nations ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି । ମୁଁ ଘୋଷଣା କରିବାକୁ ଚାହେଁ ଯେ ରାଜ୍ୟର ସବୁ ଜିଲ୍ଲାରେ Millet Mission କାର୍ଯ୍ୟକାରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ଏବେ ଏହି Mission ସହ ୨ ଲକ୍ଷ ଚାଷୀ, ୮୨ଟି FPO ଓ ୧୨୦୦ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗ୍ରୁପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ନବୀନ କହିଛନ୍ତି ।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ HAMS ଅନୁକୁଲ୍ୟରେ ମାଣ୍ଡିଆ ଦିବସ ଅନୁଷ୍ଠତ ହୋଇଯାଇଛି . ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ର ବିଭିର୍ଣ୍ଣ ପଂଚାୟତ ରୁ   ସରପଂଚ ,ସମିତି ଏବଂ ଅଙ୍ଗନବାଡି କର୍ମୀ ,କୃଷି ମିତ୍ର ,ସ୍କୁଲ  ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ . ମୁଖ୍ୟ ଅତିଥିଭବାବେ ବିଡ଼ିଓ ପ୍ରମୋଦ କୁମାର ନାୟକ ,ସମାଜ ସେବି ଶଙ୍କର୍ଷଣ ବେହେରା,ଉପାଧ୍ୟାକ୍ଷା ପର୍ଶୁରାମ ସ୍ୱାଇଁ ,ଆତ୍ମାର  ଅଧକ୍ଷ ସଂଜୀବ ସାହୁ ଯୋଗଦେଇଥିଲେ . ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ଚାଷର ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା କିପରି ନିହାତି ଜରୁରୀ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା .

Post a Comment

0 Comments