ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଚାହାଳୀ ପଂଚାୟତ ଅଧିନସ୍ଥ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପ୍ରାୟ ସମୟରେ ପିଲାମାନଙ୍କ ଠାରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ସମ୍ମାନ ଦେଇ ଆସିଥିବା ଦେଖିବାକୁ ମିଳିଛି। ବର୍ତମାନ ଏଠାରେ କାର୍ଯ୍ୟରତ ଥିବା ପ୍ରଧାନଶିକ୍ଷକ ନିରଞ୍ଜନ ଦାସଙ୍କ ନିଆରା ଉଦ୍ୟମରେ ବିଦ୍ୟାଳୟରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଜ୍ଞାନ ମେଳାର ଆୟୋଜନ କରିଥିଲେ। ଯାହାକି ଅନ୍ୟ ବିଦ୍ୟାଳୟ ଗୁଡିକରେ ନିଜସ୍ବ ଉଦ୍ୟମରେ ହୋଇପାରି ନାହିଁ। ଏଥିରେ ୭୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୭୨ ଗୋଟି ଷ୍ଟଲ ପ୍ରଦର୍ଶନ କରିଥିଲେ।
ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସବଜୁନିୟର, ଜୁନିୟର ଏବଂ ସିନିୟର ବିଭାଗରେ ବଣଟନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରକଳ୍ପ ତିଆରି କରି ସେ ବିଷୟରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଚାହାଳୀ ପଂଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ସୁବାଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ବଂଶୀଧର ସାହୁ, ପ୍ରଧାନଶିକ୍ଷକ ନିରଞ୍ଜନ ଦାସଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ତେବେ ଉକ୍ତ ବିଜ୍ଞାନ ମେଳାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ୯, ୧୦, ୧୧ ତାରିଖରେ ଆୟୋଜିତ ହେବାକୁ ଥିବା ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ପୁରସ୍କୃତ କରାଯିବା ନେଇ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ତତସହିତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଆଗ୍ରହ ଏବଂ ପ୍ରତିଭାକୁ ନେଇ ସ୍ଥାନୀୟ ଅଂଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି।
0 Comments