🕉️ ରାବଣ ସବୁବେଳେ ଦେବତା ମାନଙ୍କର ଅପମାନ କରୁଥିଲା ଓ ରାବଣ ବହୁତ ଦେବତାଙ୍କୁ ବନ୍ଦୀ ମଧ୍ୟ କରିଥିଲା । ରାବଣ କରିଥିବା ଏହି ଅପମାନ ପାଇଁ ତାର ବିନାଶ ହେଲା । ସେଥିପାଇଁ କୁହାଯାଏ କି ଭୁଲ ରେ ମଧ୍ୟ ଭଗବାନଙ୍କ ଅପମାନ କରନ୍ତୁ ନାହିଁ ଓ ସବୁବେଳେ ଭଗବାନଙ୍କୁ ସମ୍ମାନ କରନ୍ତୁ।
🕉️ ପୁରାଣ ଶାସ୍ତ୍ର ଅନୁସାରେ ଅସୁରମାନେ ସବୁବେଳେ ବେଦର ବିରୁଦ୍ଧରେ ଥିଲେ । ସେମାନେ ବହୁତ ଥର ବେଦକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଯେଉଁ ସବୁ ଅସୁରମାନେ ବେଦର ଅପମାନ କରିଥିଲେ ସେମାନଙ୍କୁ ଭଗବାନଙ୍କ ଦ୍ଵାରା ଦଣ୍ଡ ଦିଆ ଯାଇଥିଲା । ସେଥିପାଇଁ ସବୁ ମଣିଷକୁ ନିଜ ଧର୍ମ ଗ୍ରନ୍ଥ ଓ ବେଦକୁ ସମ୍ମାନ କରିବା ଉଚିତ।
🕉️ ଗାଈର ପୂଜା କରିଲେ ସବୁ ପାପ ନଷ୍ଟ ହୋଇଥାଏ । ହେଲେ ଯେଉଁ ସବୁ ଲୋକମାନେ ଗାଈକୁ ପୀଡା ଦିଅନ୍ତି ସେମାନଙ୍କର ପାପ ହୋଇଥାଏ। ଏକ କଥା ଅନୁସାରେ ବଳାଶୁର ନାମକ ଏକ ଅସୁର ଥିଲା। ଏହି ଅସୁରଟି ଦେବତା ମାନଙ୍କ ସବୁ ଗାଈକୁ ଅପହରଣ କରିଥିଲା ଓ ଗାଈ ଗୁଡିକୁ ବହୁତ ପୀଡା ଦେଉଥିଲା । ଯେତେବେଳେ ଏହାର ସୂଚନା ଦେବରାଜ ଇନ୍ଦ୍ରଙ୍କୁ ମିଳିଲା,ସେତେବେଳେ ଇନ୍ଦ୍ର ବଳାଶୁରର ବଦ୍ଧ କରିଥିଲେ।
🕉️ ଋଷି ମହର୍ଷି ଧୃତରାଷ୍ଟ୍ରଙ୍କୁ ଭେଟିବା ପାଇଁ ତାଙ୍କ ମହଲକୁ ଆସିଥିଲେ । ଋଷିଙ୍କ ସ୍ଵାଗତ ଧୃତରାଷ୍ଟ୍ରଙ୍କ ପୁଅ ବହୁତ ଭଲ ଭାବରେ କରିଥିଲା । ହେଲେ ସେହି ସମୟରେ ଦୁର୍ଯୋଧନ ମହର୍ଷିଙ୍କର ଅପମାନ କରିଥିଲା । ଯାହାଫଳରେ ଋଷି କ୍ରୋଧରେ ଦୁର୍ଯୋଧନକୁ ଯୁଧ୍ୟରେ ମରିଯିବାର ଅଭିଶାପ ଦେଇଥିଲେ । ସେଥିପାଇଁ ଋଷି ଓ ବ୍ରାମ୍ହଣ ମାନଙ୍କ ଅପମାନ କରନ୍ତୁ ନାହିଁ।
🕉️ ମଣିଷକୁ କେବେ ଅଧର୍ମର ରାସ୍ତାରେ ଯିବା ଉଚିତ ନୁହେଁ । ଅଶ୍ଵତ୍ଥାମା ଗୁରୁ ଦ୍ରୋଣଙ୍କ ପୁତ୍ର ଥିଲେ । ବୁଦ୍ଧିମାନ ହୋଇ ମଧ୍ୟ ସେ ସବୁବେଳେ ଅଧର୍ମ ରାସ୍ତାରେ ଚାଲିଲେ । ଅଶ୍ଵତ୍ଥାମା ମହା ଭାରତରେ ବହୁତ ଅଧର୍ମ କାମ କରିଥିଲେ । ଏହା ଦ୍ବାରା ଭଗବାନ କୃଷ୍ଣ ତାଙ୍କୁ ଦ୍ଵାର ଦ୍ଵାର ବୁଲିବାର ଅଭିଶାପ ଦେଇଥିଲେ।
0 Comments