ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାର ପ୍ରତିନିଧିଗଣ ୯ ଦଫା ଦାବି ସମ୍ପର୍କରେ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ବିଭିନ୍ନ ଥାନା ରେ ପ୍ରଦାନ କରିଥିବା ବେଳେ ରାୟଗଡା ଜିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟ କରୁଥିବା ଏହି ସଙ୍ଘ ପକ୍ଷରୁ ସ୍ଥାନୀୟ ପୋଲିସ ଥାନା ରେ ଦାବି ପତ୍ର ପ୍ରଦାନ କରାଯାଇଛି, ଏହି ପରିପ୍ରେକ୍ଷୀରେ ରବିବାର ଦିନ ଓଡ଼ିଶା ଡ୍ରାଇଭର ମହାସଂଘ ର ରାୟଗଡା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକ ର ସମସ୍ତ ଡ୍ରାଇଭର ସଙ୍ଘ ମଧ୍ୟ ରାମନାଗୁଡା ଥାନା ଏଏସଆଇ ପୃଥ୍ୱୀରାଜ ଝଙ୍କାର ଙ୍କୁ ୯ଦଫା ଦାବିପତ୍ର ପ୍ରଦାନ କରିଥିବା ବେଳେ ଗୁମୁଡ଼ା ଫାଣ୍ଡି ଅଧିକାରୀ ରଞ୍ଜିତ କୁମାର ତ୍ରିପାଠୀ ଙ୍କୁ ପ୍ରଦାନ କରାଯାଇଛି ,ପ୍ରକାଶ ଯୋଗ୍ୟ ଯେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ମାନଙ୍କ ସୁରକ୍ଷା ସହ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଲାଗୁ କରିବା,ପ୍ରତ୍ୟେକ ୧୦୦ କିଲୋମିଟର ରେ ପାର୍କିଂ ବ୍ୟବସ୍ଥା ସହିତ ବିଶ୍ରାମ ନିମନ୍ତେ ଆଶ୍ରୟ ସ୍ଥଳୀ , ୫୫ ବର୍ଷ ବୟସ ପରେ ଭତ୍ତା ଲାଗୁ କରିବା,ଦୁର୍ଘଟଣା ରେ ମୃତ୍ୟୁ ହେଲେ ୨୦ ଲକ୍ଷ୍ ଟଙ୍କା ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ର ସହାୟତା ରାଶି ପ୍ରଦାନ ଓ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ସ୍ୱତନ୍ତ୍ର ସୁରକ୍ଷା ଆଇନ ,ଆଇନ ଆଳରେ ପୋଲିସର ଅକଥନୀୟ ଅତ୍ୟାଚାର,ପରିବହନ ବିଭାଗ ର ବିଭିନ୍ନ କାର୍ଯ୍ୟ ରେ ଦେୟ ପ୍ରତି ରିହାତି ତା ସହିତ ଡ୍ରାଇଭର ମାନଙ୍କୁ ଯୋଦ୍ଧା ର ମାନ୍ୟତା, ଡ୍ରାଇଭର ମାନଙ୍କ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଲାଗୁ କରିବା, ଜନ ସାଧାରଣ ଙ୍କ ରାସ୍ତା ରୋକ ସମୟରେ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ଆଦି ଭଳି ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।ସୂଚନା ଥାଉକି ଏଥି ପୂର୍ବରୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୨୦୨୧ ମସିହା ଅକ୍ଟୋବର ମାସ ୧୮ ତାରିଖରେ ନବୀନ ନିବାସ ଡ୍ରାଇଭର ମହାସଂଘ ପକ୍ଷରୁ ଘେରାଉ କରାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସ ମଧ୍ୟରେ ଦାବି ଗୁଡିକ ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେମାନଙ୍କ ର ଦାବି ଗୁଡିକ କୌଣସି ପ୍ରକାର ଫଳପ୍ରଦ ନ ହେବାରୁ ଚଳିତ ବର୍ଷ ଅକ୍ଟୋବର ମାସ ୧୮ ତାରିଖ ରୁ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଳେଇ ପୀଠ ରୁ ଦଣ୍ଡବତ ଯାତ୍ରା ଆରମ୍ଭ କରି ସହ ଦୀର୍ଘ ଏକ ମାସ ମଧ୍ୟରେ ନବୀନ ନିବାସ ରେ ପହଞ୍ଚି ପୁଣି ଥରେ ସେମାନଙ୍କ ର ଉପରୋକ୍ତ ଦାବି ସମ୍ପର୍କରେ ଅବଗତ କରିବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ରାମନାଗୁଡା ଶାଖା ପକ୍ଷରୁ କୁହାଯାଇଛି ,ସେଥିପାଇଁ ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଟିଏ ଥାନା ଓ ଗୋଟିଏ ଫାଣ୍ଡି ରେ ଓଡ଼ିଶା ଡ୍ରାଇଭର ମହାସଂଘ ମାନଙ୍କ ଦାବି ସମ୍ପର୍କରେ ଆଗାମୀ ଦିନରେ ରାଜ୍ୟ ସରକାର ଏହି ଦାବି ଗୁଡିକ ପ୍ରତି ଦୃଷ୍ଟି ନ ଦିଅନ୍ତି ତାହାହେଲେ ସଙ୍ଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରଖିବା ସହିତ ଚକଅଖ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ର ଏହି ନିଷ୍ପତ୍ତି କୁ ପୋଲିସ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି, ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଶତାଧିକ ଡ୍ରାଇଭର ଙ୍କ ସମେତ ଓଡ଼ିଶା ଡ୍ରାଇଭର ମହାସଂଘ ରାମନାଗୁଡା ଶାଖାର ସଭାପତି ଅଭିମନ୍ୟୁ ମୁଟିକା ,ଉପ ସଭାପତି ଗୋବିନ୍ଦ ବଡ଼ ଦଳେଇ ,ସମ୍ପାଦକ ଶିବ ପ୍ରସାଦ ମୁଟିକା, ସହ ସମ୍ପାଦକ ପ୍ରତାପ ତୋଇକା ,କୋଷାଧ୍ୟକ୍ଷ ନନ୍ଦ କିଶୋର ଚିନ୍ନାରି ସହ କୋଷାଧ୍ୟକ୍ଷ ରଞ୍ଜିତ ମୁଟିକା ,ପ୍ରମୁଖ ଉପସ୍ଥିତ ଥିଲେ।
0 Comments