ପ୍ରଥମ କଳା - *ନିବୃତ୍ତି* : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।
ଦ୍ୱିତୀୟ କଳା - *ପ୍ରତିଷ୍ଠା* : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।
ତୃତୀୟ କଳା - *ବିଦ୍ୟା* : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।
ଚତୁର୍ଥ କଳା - *ଶାନ୍ତି* : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା ।
ପଞ୍ଚମ କଳା - *ଇନ୍ଧିକା* : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।
ଷଷ୍ଠ କଳା - *ଦୀପିକା*: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।
ସପ୍ତମ କଳା - *ରେଚିକା* : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା ।
ଅଷ୍ଟମ କଳା- *ମୋଚିକା* : ମାୟା ଓ ମୋହରୁ ମୁକ୍ତ ହେବାର କଳା ।
ନବମ କଳା - *ପରା* : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।
ଦଶମ କଳା - *ସୂକ୍ଷ୍ମ* : ସତ ସୂକ୍ଷଗତ ବିଚାର କରିବାର କଳା ।
ଏକାଦଶ କଳା - *ସୁକ୍ଷ୍ମ ଅମୃତ* :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।
ଦ୍ୱାଦଶ କଳା - *ଜ୍ଞାନ* : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।
ତ୍ରୟୋଦଶ କଳା- *ଜ୍ଞାନ ଅମୃତ* : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।
ଚତୁର୍ଦ୍ଦଶ କଳା - *ଅପ୍ୟାୟିନୀ* : ନିଜ କର୍ମଦ୍ୱାରା ସମାଜ କଲ୍ୟାଣ କରିବାର କଳା ।
ପଞ୍ଚଦଶ କଳା - *ବ୍ୟାପିନୀ* : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।
ଷୋଡ଼ଶ କଳା - *ବ୍ୟୋମରୂପା* : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ସମାହିତ କରିବାର କଳା।
🙏 *ଜୟ ଜଗନ୍ନାଥ*🙏
0 Comments