କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମରେ ଦୀପାବଳୀ ଠାରୁ ଆରମ୍ଭ ହୋଇଥିବା ଶ୍ୟାମା କାଳୀ ପୂଜା ମଙ୍ଗଳ ବାର ସେଶହେବା ପରେ ଆଜି ବୁଧବାର ଭସାଣି ଉତ୍ସବ


 କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମରେ ଦୀପାବଳୀ ଠାରୁ ଆରମ୍ଭ ହୋଇଥିବା ଶ୍ୟାମା କାଳୀ ପୂଜା ମଙ୍ଗଳ ବାର ସେଶହେବା ପରେ ଆଜି ବୁଧବାର ଭସାଣି ଉତ୍ସବ ପାଳିତ ହେଉଛି। ଗ୍ରାମରେ ୧୭ଟି ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କୁ ଜୀବନ୍ୟାସ ପ୍ରଦାନ ସହ ପୂଜାର୍ଚ୍ଚନା ଓ ଜାତ୍ରପରେ ଆଜି ଭସାଣି ଉତ୍ସବ ଚାଲିଛି। ପାଗ ଅନୁକୂଳ ହୋଇଥିବାରୁ ବେଶ୍ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ ହୋଇଛି।  ଆଜି ବୁଧବାର ସାମୂହିକ ମେଢ଼ ଭସାଣୀ ପାଇଁ   ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା।


ଗ୍ରାମର କାଳୀ ପୂଜା କମିଟି, ଉପର ଗଡ଼, ବଡ଼ଦାଣ୍ଡ ସାହି, ବ୍ରାହ୍ମଣ ସାହି, ନୂଆସାହି, ନୂଆସାହି(୧), ପାଖ ଲୋକ ସାହି, ମଝୀ ସାହି, ମହାରାଜା କ୍ଲବ, ଗାନ୍ଧୀ ସାହି, ପନ୍ଥେଇ ସାହି, ମହାବୀର ବଜାର ପୂଜା କମିଟି ପକ୍ଷରୁ ମୃଣ୍ମୟୀ ପ୍ରତିମାଙ୍କ ମାଧ୍ୟମରେ ବିଭିନ୍ନ ପୌରାଣିକ ଦୃଶ୍ୟପଟ୍ଟକୁ ପ୍ରତିଫଳନ କରାଯାଇଥିଲା।ସୁସଜ୍ଜିତ ମଣ୍ଡପ ଓ ସାହିଗଳିରେ ରଙ୍ଗୀନ ଆଲୋକମାଳାରେ ଗାଁ ଝଲସି ଉଠୀ ଥିଲା। । ପ୍ରତି ସନ୍ଧ୍ୟାରେ ତିଗିରିଆ ଓ ବାଙ୍କୀ ଉତ୍ତର କୁଲାଟ, ବଡ଼ମ୍ବା, ଆଠଗଡ଼ ସହିତ ଢେଙ୍କାନାଳ ଅଞ୍ଚଳରୁ ଗ୍ରାମରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜାରେ ତିଗିରିଆ ଅଞ୍ଚଳ ଦୁଲୁକୁଥିଲା l ଏହି ଅବସରରେ ଗାନ୍ଧୀ ସାହିରେ ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଆଧ୍ୟତ୍ମିକ ଶିବିରରେ ଆଧ୍ୟତ୍ମିକ ବାର୍ତ୍ତା ପ୍ରଦାନ କରାଯାଇଥିଲ l ମହାବୀର ବଜାର ଠାରୁ ରାଜବାଟି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ବ୍ୟବସାୟୀ ନିଜ ନିଜର ଅସ୍ଥାୟୀ ଦୋକାନ ବଜାର ଖୋଲିଥିଲେ l ଲୋକମାନେ ଗାନ୍ଧୀ ମଇଦାନ ଓ ରାଜବାଟିରେ ପଡିଥିବା ମୀନା ବଜାର ଓ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଇବା ସହିତ ବହୁ ଚଟପଟା ଖାଦ୍ୟର ମଜା ମଧ୍ୟ ଉଠାଇଥିଲେ।



 ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଶାନ୍ତି କମିଟି ପକ୍ଷରୁ ପ୍ରତି ପୂଜା କମିଟିରେ ସ୍ଵେଚ୍ଛାସେବୀ ସହ ତିଗିରିଆ ପୁଲିସ ପକ୍ଷରୁ ଅଧିକ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଅଠଗଡରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments