ଆଠଗଡ/ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ବ୍ଲକର ବିନ୍ଧାଣୀମା ଗ୍ରାମରେ ବିଜେ ଲୋଭୀ ଠାକୁରାଣୀ ଙ୍କ ପୀଠରେ ଆଜି ପାଳିତ ହେଉଛି ମୁଣ୍ଡନ୍ ପର୍ବ। ପରମ୍ପରା ଅନୁସାରେ ,ପ୍ରତିବର୍ଷ କାର୍ତ୍ତିକ ମାସ ପୂର୍ଣମୀ ଦିନ ହିଁ ଏହି ମୁଣ୍ଡାନ ଯାତ୍ରା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ପୂର୍ଣମିରେ ଗ୍ରହଣ ହେତୁ ଏହି ପର୍ବକୁ ଦୁଇଦିନ ପୂର୍ବରୁ ପା ଳ ନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।ତଦନୁସାରେ,ଗତକାଲି ରବିବାର ଓ ଆଜି ସୋମବାର ଏହି ଯାତ୍ରା ପାଳନ ହେଉଛି। ଏହି ଉପଲକ୍ଷେ ଆଜି ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ତଥା ମାନସିକଧାରୀ ନିଜ ନିଜ ସନ୍ତାନ ଙ୍କୁ ଧରି ପୀଠରେ ପହଞ୍ଚି ମାନସିକ ଥିବା ସନ୍ତାନ ମାନଙ୍କୁ ମୁଣ୍ଡନ କରାଉଛନ୍ତି।
ସୂଚନା ଯୋଗ୍ୟ ଯେ,ଉକ୍ତ ଠାକୁରାଣୀ ପ୍ରତିବର୍ଷ କାର୍ତ୍ତିକ ମାସ ପୂର୍ଣମି ଦିନ କେବଳ ବର୍ଷକୁ ଥରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ଏହି ଠାକୁରାଣୀ ଖ୍ୟାତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ବ୍ୟତୀତ ଆଖ ପାଖ ଅଞ୍ଚଳର ଅନେକ ଲୋକ ନିଜ ସନ୍ତାନ ମାନଙ୍କ ପାଇଁ ମାନସିକ ରଖି ଏଠାରେ ଚୁଟି ପକାଇ ଥାନ୍ତି।ବର୍ଷକୁ ଗୋଟିଏ ଦିନ ଦେବୀ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଦେଉଥିବାରୁ ଏହି ଦିନ ପ୍ରାୟ ସବୁ ମାନସିକଧାରୀ ଏଠାକୁ ଆସିଥାନ୍ତି।ଏହି ପରିପ୍ରେକ୍ଷୀରେ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଅନ୍ୟ ପକ୍ଷରେ
ଉକ୍ତ ଗ୍ରାମରେ କାର୍ତିକେଶ୍ୱର ଙ୍କ ପୂଜା ହେଉଥିବାରୁ ବିନ୍ଧଣିମା ଗ୍ରାମ ଏବେ ଚଳ ଚଞ୍ଚଳ ରହିଛି।କରୋନ ଯୋଗୁଁ ଗତ ଦୁଇବର୍ଷ ହେବ ଏହିସବୁ ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହିସବୁ ଉତ୍ସବରେ ଜନ ସମାଗମ ବେଶ୍ ପରିଲକ୍ଷିତ ହେଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯାତ୍ରା କମିଟି ସଭାପତି ବିଭୂତି ଭୂଷଣ ବେହେରା,ସମ୍ପାଦକ ଅଭିମନ୍ୟୁ ଜେନାଙ୍କ ସମେତ ବହୁ ସ୍ବେଛାସେବୀ ଉପସ୍ଥିତ ରହି ଥିବା ବେଳେ ତିଗିରିଆ ଥାନା ପଖ୍ୟରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିବା ବେଳେ ଥାନା ଅଧିକାରୀ ସୁଚିତ୍ରା ଜେନା ଉପସ୍ଥିତ ରହି ଯାତ୍ରା ପରିଚାଳନା କରୁଛନ୍ତି।
ଉକ୍ତ ଗ୍ରାମରେ କାର୍ତିକେଶ୍ୱର ଙ୍କ ପୂଜା ହେଉଥିବାରୁ ବିନ୍ଧଣିମା ଗ୍ରାମ ଏବେ ଚଳ ଚଞ୍ଚଳ ରହିଛି।କରୋନ ଯୋଗୁଁ ଗତ ଦୁଇବର୍ଷ ହେବ ଏହିଗସବୁ ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହିସବୁ ଉତ୍ସବରେ ଜନ ସମାଗମ ବେଶ୍ ପରିଲକ୍ଷିତ ହେଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯାତ୍ରା କମିଟି ସଭାପତି ବିଭୂତି ଭୂଷଣ ବେହେରା,ସମ୍ପାଦକ ଅଭିମନ୍ୟୁ ଜେନାଙ୍କ ସମେତ ବହୁ ସ୍ବେଛାସେବୀ ଉପସ୍ଥିତ ରହି ଥିବା ବେଳେ ତିଗିରିଆ ଥାନା ପଖ୍ୟରୁ ଶାନ୍ତି ଶୃଙ୍ଖଳା ପାvଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିବା ବେଳେ ଥାନା ଅଧିକାରୀ ସୁଚିତ୍ରା ଜେନା ଉପସ୍ଥିତ ରହି ଯାତ୍ରା ପରିଚାଳନା କରୁଛନ୍ତି।ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments