ନୟାଗଡ଼ ଜିଲ୍ଲା(କୈଳାଶ ସିଅ) ଡ୍ରାଇଭର ସଂଘ ପକ୍ଷରୁଆଜି ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡ୍ରାଇଭରମହାସଂଘ ଜିଲ୍ଲା ସଭାପତି ଅବକାଶ କାଠୁଆଙ୍କନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ୧୦ ଦଫାଦାବି ଉପସ୍ଥାପନ କରାଯାଇଛି । ସେମାନଙ୍କ ସୁରକ୍ଷା ପାଇଁ ଆଇନପ୍ରଣୟନ, ୫୫ ବର୍ଷ ପରେ ଭତ୍ତା ପ୍ରଦାନ, ଦୁର୍ଘଟଣାରେ ଶିକାରହେଲେ ୨୦ ଲକ୍ଷ ବୀମା ପ୍ରଦାନ, ରାଜ୍ୟରେ ଏକ ଶହ କିଲୋମିଟର
ବ୍ୟବଧାନରେ ଗାଡି ପାର୍କିଙ୍ଗ ଓ ବିଶ୍ରାମ ସୁବିଧା, ଆବାସ ଗୃହ ନିର୍ମାଣପାଇଁ ୫ ଲକ୍ଷ ସହାୟତା, ଲାଇସେନସ ପାଇଁ ଅର୍ଥ ୧୫ ହଜାରରୁକମ କରିବା ଓ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେପାଳନ କରିବା ଭଳି ଦାବୀ ଉପସ୍ଥାପନ କରାଯାଇଛି । ସଂଘରକର୍ମକର୍ତ୍ତମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବିଉପସ୍ଥାପନ କରିଛନ୍ତି ।
0 Comments