ତିଗିରିଆ ରୁ ଗୋମାଂସ ଭର୍ତ୍ତି କଣ୍ଟେନର ଜବତ, ୨ ଅଟକ।

 





ଆଠଗଡ :/   ଗତ ସପ୍ତାହରେ  ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣୀମାଗ୍ରାମରେ  ଗ୍ରାମବାସୀଙ୍କ ପକ୍ଷରୁ ବେଆଇନ୍ ଗୋ ହତ୍ୟା ଓ ଗୋ ମାଂସ ଚାଲାଣ କୁ ବିରୋଧ କରି ୬୫ ନମ୍ୱର୍ ରାଜ୍ୟ ରାଜପଥ ଅବରୋଧ କରା ଯାଇଥିଲା। ଏହା ପରେ ତତ୍ପର ହୋଇ ଥିଲା ତିଗିରିଆ ପୋଲିସ। ଗୋମାଂସ ଚାଲାଣ ରୋକିବା ଦିଗରେ ତିଗିରିଆ ପୁଲିସ କୁ ମିଳିଛି ବଡ ସଫଳତା l ପୋଲିସ ଧରିଲା ଗୋଟିଏ ଗୋମାଂସ ବୋଝେଇ କଣ୍ଟେନର l ସୁଚନା ଅନୁସାରେ ରବିବାର ମଧ୍ୟରାତ୍ରରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନିଜିଗଡ଼ ଶବର ସାହି ପାଖରେ ତିଗିରିଆ ଅଞ୍ଚଳରୁ ଗୋମାଂସ ବୋଝେଇ ହୋଇ ବାହାର ରାଜ୍ଯ କୁ ଚାଲାଣ ହେଉଥିବା କଣ୍ଟେନର କୁ ଧରିଛି ତିଗିରିଆ ପୁଲିସ l ପୁଲିସ ଗାଡିଟିକୁ ପିଛାକରି ଥିବା ବେଳେ ଗାଡ଼ିଟି ଶବର ସାହି ରେ ଥିବା ରାସ୍ତା ମୋଡରେ ଯାଇପାରି ନଥିଲା ଆଉ ପୁଲିସ ହାତରେ ଧରାପଡି ଥିଲା l  ଜବତ କଣ୍ଟେନର ରେ ପ୍ରାୟ ୧୫ ଟନ ଗୋମାଂସ ଥିବା ବେଳେ  ଗାଡିର ଡ୍ରାଇଭର ଓ ହେଲପର କୁ ଗିରଫ୍ କରିଛି ପୁଲିସ lଏହି ଗୋମାଂସ ସବୁ ତିଗିରିଆ କରଡ଼ାପଲ୍ଲୀରୁ କଲିକତାକୁ ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ତିଗିରିଆରେ ଗୋହତ୍ୟା ହେଉଥିବା ସହିତ ଖୁଲମ୍ ଖୁଲା ଗୋମାଂସ ଚାଲାଣ ହେଉଥିବା ସ୍ଥାନୀୟ ଲୋକ ବାରମ୍ଵାର ଅଭିଯୋଗ କରୁଛନ୍ତି। ଜବତ କଣ୍ଟେନର ର ନମ୍ବର ଏପି ୩୯ ଏ ଏକ୍ସ ୪୮୬୯ ।ପୋଲିସ ଜବତ କରିଥିବା ଗୋ ମାଂସ କୁ ସ୍ଥାନୀୟ ଜଙ୍ଗଲ ରେ ପୋତି ଦେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁଚିତ୍ରା ଜେନା। ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।


Post a Comment

0 Comments