ବିଦ୍ୟାଳୟ ସ୍ତରରେ ପିଲାଙ୍କରଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କପକ୍ଷରୁ ଶିଶୁ ପ୍ରତିଭା ଉତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଶୁକ୍ରବାର ନୂଆଗାଁ ମଣ୍ଡଳ ସ୍ତରୀୟ ‘ସୁରଭି' କାର୍ଯ୍ୟକ୍ରମ ନୂଆଗାଁ ପ୍ରାଇମେରୀ ସ୍କୁଲ ପଡିଆରେ ହୋଇଯାଇଛି । ନୂଆଗାଁବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୩ ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂସିନିୟର ବିଭାଗରୁ ମୋଟ ୨୫୦ରୁ ଉଦ୍ଧୃର୍ ଛାତ୍ରଛାତ୍ରୀ ବିଭିନ୍ନପ୍ରତିଯୋଗିତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଆଦିରେଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୭ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ।
ବ୍ଲକସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧୂରୀଡ.ବସନ୍ତ ନାୟକ ମୁଖ୍ୟ ଅତିଥ୍ ଭାବେ ଯୋଗଦାନ କରି ଉଦଘାଟନକରିଥିଲେ । ସମସ୍ତ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀ ମାନଙ୍କୁ ଦୁଇଜଣ ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ,ଡିରେନ୍ଦ୍ର ସାହୁ ଜଜ ଭାବରେ ଯୋଗ ଦେଇଥିଲେ . ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥ୍ ଭାବେ ନୂଆଗାଁବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ସାନମାନୀଟା ଅତିଥିଭାବେ ବ୍ଲକ ଉନୟନ ଅଧିକାରୀ ପ୍ପ୍ରମୋଦ କୁମାର ନାୟକ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ରଏବଂ ପୁରସ୍କାର ପ୍ରଦାନ କରିଥିଲେ । ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିଭାବେ ଉମେଶ ଚନ୍ଦ୍ର କର ଏଵିଓ ଜୋଛନାରାଣୀ ସେଠି ଏଵିଓ ,ମୁଖ୍ୟ ବକ୍ତା ପ୍ରଶ୍ନ କୁମାର ମିଶ୍ର ଯୋଗଦେଇ ଥିଲେ . ଗଣମାଧ୍ୟମ ପ୍ରତିନିଧି ମନକୁ ସୂଚନା ଦେଇନଥିବାରୁ ସମସ୍ତ ସାମ୍ବାଦିକ ଦୁଃଖ ପ୍ରକାଶ କରିବା ସହିତ ଅଂଚଳର ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିଛନ୍ତି .
0 Comments