କନ୍ଧମାଳ ଜିଲ୍ଲା (ଟିକାବାଲି)ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଠାରେ ପିଇବା ପାଣି ସମସ୍ୟା କୁ ନେଇ ବହୁ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଫୁଲବାଣୀ ଓ ଭଂଜନଗର ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି।ଆଜି କି ପ୍ରାୟ ୧୫ ଦିନ ଧରି ପାଣିର ଅସୁବିଧା ଲାଗିରହିଥିବାରୁ ଉତକ୍ତ ହୋଇ ସାହିର ମହିଳାମାନେ ବାଲଟି ମାଠିଆ ଧରି ରାସ୍ତା ରେ ବସି ରାସ୍ତା ରୋକ କରିଥିଲେ। ଯାହା ଫଳରେ ଯାତାୟତରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା।
ଖବର ପାଇ ଟିକାବାଲି ବିଡ଼ିଓ ମନୋଜ କୁମାର ପାଢ଼ୀ ଆସି ଲୋକମାନଙ୍କୁ ବୁଝସୁଝା କରିବା ସହ ନଳକୂପ ମରାମତି କରିବା ପାଇଁ କହିଥିଲେ ଏବଂ ଖୁବଶୀଘ୍ର ଯୋଗାଣ ପାଣି ଯୋଗାଇ ଦେବା ପାଇଁ କହିଥିଲେ। ଏହା ପରେ ଉତକ୍ତ ସାହିବାସିନ୍ଦା ମାନେ ଆନ୍ଦୋଳନରୁ ନିବୃତ ହୋଇଥିଲେ। ରାଇକିଆ ରୁ ଜଗଦୀଶ ଦାଶ
0 Comments