ସପ୍ତମ ଦିନରେ ପହଞ୍ଚିଲା , ବି ଏସ କଲେଜ ରେ ଛାତ୍ରଛାତ୍ରୀ ଅଶାନ୍ତି


 ଗତ ୨ ତାରିଖରୁ ଦଶପଲ୍ଲା ବି ଏସ କଲେଜ ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏହି ଅଶାନ୍ତି ସିଧା କଲେଜ ର ଅଧ୍ୟକ୍ଷ ଙ୍କ ଉପରେ ବୋଲି , ଛାତ୍ର- ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟ ରେ ଛାତ୍ର ଛାତ୍ରୀ ଙ୍କ ସମସ୍ୟାକୁ ନେଇ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସମାଧାନ କରାଯାଉ ନ ଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ବିଶେଷ ଭାବେ ଏହି ମହା ବିଦ୍ୟାଳୟ ରେ ଜଣେ ଅଧ୍ୟାପକ ବ୍ଲକ ଗ୍ରାଣ୍ଟ ରେ ସାମିଲ ହେବା ପରେ  କୌଣସି କାରଣ ରୁ କୋର୍ଟ ଙ୍କ ଆଦେଶ ମୁତାବକ ଦରମା ବନ୍ଦ ହୋଇଥିଲା । ମାତ୍ର ଅଧ୍ୟକ୍ଷ କଲେଜ ମ୍ୟାନେଜମେଣ୍ଟ ରୁ ସେହି ଅଧ୍ୟାପକ ଙ୍କୁ ଲକ୍ଷାଧିକ ଅର୍ଥ ପ୍ରଦାନ କରିବା ସହ ଗତ କିଛି ମାସ ତଳେ କଲେଜ ରୁ ଗଛକଟା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହାକୁ ନେଇ କଲେଜ ରେ ଛାତ୍ର ଅଶାନ୍ତି ଦେଖା ଦେଇଥିବା ବେଳେ ଛାତ୍ର ମାନେ ମୂଖ୍ୟ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପରେ ପୋଲିସ ପହଞ୍ଚି ଛାତ୍ର - ଛାତ୍ରୀ ମାନଙ୍କୁ ବୁଝାଇ ଥିବା ବେଳେ ପୋଲିସ ଉପସ୍ଥିତ ରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଆନ୍ଦୋଳନରତ ଛାତ୍ର ମାନଙ୍କୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା।  ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ। ଏବେ କଲେଜ ରେ ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଗକୁ କଲେଜରେ କାର୍ଯ୍ୟରତ କେତକ ଅଧ୍ୟାପକ, କର୍ମଚାରୀ ଆନ୍ଦୋଳନ କୁ ଓହ୍ଲାଇବା ନିଷ୍ପତି ନେଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ତେବେ ଆଗକୁ ଅଧ୍ୟକ୍ଷ ଙ୍କ ବିରୋଧରେ ଆନ୍ଦୋଳନ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଛି ।

Post a Comment

0 Comments