ଟିକାବାଲି ଠାରେ ବିଜୁ ଜନତା ଦଳର ପଦଯାତ୍ରା
01/11/2022 କନ୍ଧମାଳ ଜିଲ୍ଲା ର ଟିକାବାଲି ବ୍ଲକର ଆଜି ବିରାଟ ଜନସମୁଦ୍ର ଲକାଭିମୁକ ହଇ ଟିକାବାଲି ମେଡିକାଲ ଛକ ଠାରୁ ବ୍ଲକ ମଧ୍ୟ ଦେଇ ଟିକାବାଲି ବଜାର ଦେଇ ବିଜୁ ଜନତା ଦଳର ପଦ ଯାତ୍ରା କରାଯାଇଥିଲା, ବିଭିର୍ଣ୍ଣ ଗ୍ରାମ ପଞ୍ଚାୟତ ରୁ ବହୁ ସଂଖ୍ୟାରେ ମା, ବାପା, ଭାଇ ଭଉଣୀ, ଏପରି ଅନେକ ଲୋକଙ୍କର ଯୋଗ ଦେବା ଫଳରେ ଟିକାବାଲି ବିଜେଡି ଦଳ ର ଲୋକମୟ ଦିଶୁଥିଲା, ଏହି ପଦଯାତ୍ରା କୁ ବିଧାୟକ ପ୍ରତିନିଧି ଶ୍ରୀ ତନୁଜ କୁମାର ଭୋଇ ଙ୍କ ନେତୃତ୍ୱରେ ସଭାଟି ଆୟୋଜନ କରାଯାଇଥିଲା, ପଦଯାତ୍ରା ରେ ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି,ଭାବେ ଯୋଗ ଦେଇ ପଦଯାତ୍ରା ମୁଖ୍ୟ ଉଦେଶ୍ୟ ବିଷୟରେ ସଭାରେ ଆଲୋକପାତ କରି ନିଜର ଭାଷଣ ରଖିଥିଲେ, ସ୍ଥାନୀୟ ଟିକାବାଲି ବ୍ଲକ ଅଧକ୍ଷ
ଶ୍ରୀ ଦିଲୀପ କୁମାର କହ୍ନର, ଜିଲ୍ଲା ଉପାଧ୍ୟାକ୍ଷା ଶ୍ରୀମତୀ ସାଧୁବାଣି ନାୟକ, ସ୍ୱତନ୍ତ୍ର ଉର୍ନୟନ ବିଭାଗ ପରିଷଦ ର ଅଧକ୍ଷ ଶ୍ରୀ ରୋଦନ ମଲିକ, ଟିକାବାଲି ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲିକ, ଏମ, ପି ପ୍ରତିନିଧି ଶ୍ରୀ ସୁଜନ ନାୟକ,ପୂବର୍ତନ ବ୍ଲକ ଅଧକ୍ଷ ଶ୍ରୀ ତପନ କହ୍ନର, ସମସ୍ତ ଗ୍ରାମପଞ୍ଚାୟତ ସରପଞ୍ଚ ମହୋଦୟ / ମହୋଦୟା, ସମିତି ସଭ୍ୟ, ସଭ୍ୟା, ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କାର୍ଯ୍ୟ କର୍ତା, ଏବଂ ସବୁ ମହିଳା SHG ଗ୍ରୁପର ମା ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା,ଶେଷରେ ସଭାଟି ଅତି ଶାନ୍ତି ଶୃଙ୍କାଳ ର ସହ ସମାପ୍ତ ହୋଇ ଥିଲା। ରାଇକିଆ ରୁ ଜଗଦୀଶ ଦାଶ
0 Comments