ଆଠଗଡ/ .ଓଡ଼ିଶାର ପୁରୁଣା ଐତିହ ଓ ନୌ ବାଣିଜ୍ୟ ପରମ୍ପରା କୁ ମନେ ପକାଇ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଡିହ ଗ୍ରାମ ପଞ୍ଚାୟତ ର ବାଲିପୁଟ ଠାରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହଭାଗିତାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ପୂର୍ବରୁ ସାଧବ ପୁଅ ମାନେ ଯେଉଁଭଳି ଅନ୍ୟ ଦେଶ କୁ ଯାଇ ବାଣିଜ୍ୟ ବ୍ୟବସାୟ କରି ଫେରିବା ପରେ ସାଧବ ବହୁ ମାନେ ସେମାନଙ୍କୁ ବନ୍ଦାପନା କରୁଥିଲେ ଠିକ ସେହିଭଳି ସମାନ ଢଙ୍ଗରେ ପାଳନ କରାଯାଇଛି ଏହି ବୋଇତ ବନ୍ଦାଣ ଉତ୍ସବ।ସେଠାରେ ପୂର୍ବ ପରମ୍ପରା ଅନୁଯାୟୀ ପୁଜାର୍ଚନା କରିବା ସହ ସାଧବ ପୁଅ ବେଶ ରେ ସଜେଇ ହୋଇଥିବା କୁନି କୁନି ପିଲାମାନଙ୍କୁ ବନ୍ଦାପନା କରି ଡଙ୍ଗା ଭସେଇ ଥିଲେ। ବିଗତ ଚାରି ବର୍ଷ ଧରି ବାଲିପୁଟ ଠାରେ ଏହି ପରମ୍ପରା ଲାଗି ରହିଥିବା ବେଳେ ଆଜିର ଦିନକୁ ପୁଣି ମନେ ପକାଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦିଆଯାଇଛି।ବୋଇତ ବନ୍ଦାଣ ଉତ୍ସବ ଆଉ ଟିକିଏ ଅଧିକ ସରସ ସୁନ୍ଦର କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ଭାବେଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।
0 Comments