ଯକ୍ଷ୍ମା ପୀଡିତାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଯକ୍ଷ୍ମା ରୋଗରେ ପୀଡିତ ରୋଗୀଙ୍କୁ ଜେପିଆରଏସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଉକ୍ତ ସଂସ୍ଥା ପକ୍ଷରୁ ନୂଆଗାଁ ବ୍ଲକର ସମସ୍ତ ଯକ୍ଷ୍ମା ପୀଡିତା ମାନଙ୍କୁ ପ୍ରତି ମାସରେ ଶୁଖିଲା ଖାଦ୍ୟ ବଣଟନ କରାଯିବା ନେଇ ଉକ୍ତ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀହରି ନାୟକ, ସନନ୍ଦ ବେହେରା ଏବଂ ପ୍ରସନ୍ନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments