ପବିତ୍ର ପଞ୍ଚକ ଓ ବଡ ଓଷା ଯାତ୍ରା ପୂର୍ବରୁ ଶ୍ରୀ ଶ୍ରୀ ଧବଳେଶ୍ବର ପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରି ୧୪୪ ଧାରା ଜରିକରିଥିଲ।ଆଜି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି, ଆଠଗଡ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ,ତହସିଲଦାର ପ୍ରିୟବ୍ରତ ଦାସ,ଚୌଦ୍ଵାର ଡିଏସପି ସତ୍ୟବ୍ରତ ଲେଙ୍କା,ଗୁରୁଡିଝଟିଆ ଥାନା ଭାରପ୍ରାପ୍ତ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଅନ୍ୟ ଅଧିକାରୀ ମାନେ ଝୁଲା ପୋଲ ଓ ପୀଠରେ ପହଞ୍ଚି ଥିଲେ।ପୂଜକ ସମାଜ,ପୀଠରେ ବ୍ୟବସାୟ କରୁଥିବା ବ୍ୟବସାୟୀ, ସମାଜସେବୀ ମାନଙ୍କ ସହ ଆଲୋଚନା କରିଥିଲେ।
ଏହାପରେ ଜିଲ୍ଲାପାଳ ପୂର୍ବରୁ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ଜାରି କରିଥିବା ନିଷେଧାଦେଶ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବଢାଇ ଦିଆଗଲା ବୋଲି ଘୋଷଣା କରିବା ପରେ ପୂଜକ ସମାଜ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା।ଜିଲ୍ଲାପାଳ ଶ୍ରୀ ଚଇନି ଶ୍ରୀ ଶ୍ରୀ ଧବଳେଶ୍ୱର ଙ୍କୁ ଭକ୍ତ ମାନେ ଆଭାସି ମାଧ୍ୟମରେ ଦର୍ଶନ କରିପାରିବେ ଓ ପୁଜାର୍ଚ୍ଚନା କରିପାରିବେ ବୋଲି ଘୋଷଣା କରିଥିଲେ।ତେବେ ମଞ୍ଚେଶ୍ୱର୍ ପଟେ କେଉଁ ସ୍ଥାନରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବେ ତାହା ପୋଲିସ ସ୍ଥିର କରିବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ।ଏହି ଘୋଷଣା ପରେ ସେବକ ସମାଜ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତି ହେବାରୁ ଜିଲ୍ଲାପାଳ ଉତ୍ତେଜିତ ହୋଇ ପଡ଼ିଥିଲେ।ବିଶେଷଜ୍ଞ ମାନେ ଏହି ପୋଲକୁ ମରାମତି ପାଇଁ ଦୀର୍ଘ ଦିନ ଲାଗିବ ବୋଲି ମତ ଦେବାରୁ ପ୍ରଶାସନ ବାଧ୍ୟ ହୋଇ ଝୁଲା ପୋଲ ଦେଇ ଭକ୍ତ ମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ବୋଲି କହିଥିଲେ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments