ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

 


   ନୟାଗଡ , / ନୟାଗଡ ବ୍ଲକ୍ ଅନ୍ତର୍ଗତ  ଲଷ୍ମୀପ୍ରସାଦ ଗ୍ରାମପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ ବାସୀ200ରୁ ଉର୍ଦ୍ଧ ପଞ୍ଚାୟତବାସୀ ଏବଂ ପ୍ରଶାସନ ଏକ ପ୍ରକାର ମୁହାଁ ମୁହିଁ ହୋଇଥିଲେ। ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରିବା ସହ ପଞ୍ଚାୟତର କିଛି ଲୋକଙ୍କ ନାମରେ ନୟାଗଡ ସଦର ଥାନାରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।ପ୍ରତିବାଦରେ ପଞ୍ଚାୟତ ବାସୀ ଏକାଠି ହୋଇ ଆଜି  ଜିଲ୍ଲାପାଳଙ୍କ ନିକଟରେ ଦୃଢ଼ ପ୍ରତିବାଦ କରିବା ସହ ନୟାଗଡର ରାଣୀ ମା' ତଥା ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରି ସିଂ ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାସହ ପଞ୍ଚାୟତର ଦାବି ଉପସ୍ଥାପନ କରିଥିଲା।ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦୁଇଦିନ ମଧ୍ୟରେ ପଞ୍ଚାୟତକୁ ପିଇବା ପାଣି ଯୋଗାଣ ପାଇଁ ଦୃଢ ପ୍ରତିଶ୍ରୁତି ଦେବାସହ ପଞ୍ଚାୟତବାସୀଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହୃତ ହେବାର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ସୂଚନା ଯୋଗ୍ୟ ଯେ,ନୟାଗଡ ସହରକୁ ଲାଗି ରହିଥିବା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରହିଥିଲେ ମଧ୍ୟ ଏହି ପଞ୍ଚାୟତବାସୀ ଏହି ପଞ୍ଚାୟତବାସୀ ଦୀର୍ଘ ଦିନ ହେବ ପିଇବା ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି।ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି।ଫଳରେ ଲୋକମାନେ ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତୃଷ୍ନାରୁ ମୁକ୍ତି ପାଇବା ପାଇଁ ନିକଟରେ ସହରକୁ ଯାଇଥିବା ଏକ ପାଇପ ଲାଇନ୍ ରୁ ସଂଯୋଗ କରି ନିଜର ତୃଷ୍ଣା ମେଣ୍ଟାଉ ଥିଲେ। ମାତ୍ର ୪ ଦିନ ତଳେ ପ୍ରଶାସନ ପୁଲିସ ଫଉଜ ନେଇ ସେହି ପାଣି ସଂଯୋଗ କାଟିବା ସହ କିଛି ଲୋକଙ୍କ ନାମରେ ମିଥ୍ୟା ମୋକଦ୍ଦମା କରିଥିଲେ। ଏହାକୁ ନେଇ ପଞ୍ଚାୟତ ବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହା ପ୍ରତିବାଦରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଧାରଣା ଦେଇଥିଲେ।ଯାହାର ନେତୃତ୍ୱ ନେଇଥିଲେ ରାଣୀ ମା ' ।ତେବେ ଜିଲ୍ଲାପାଳ ଦୁଇଦିନ ଭିତରେ ଉକ୍ତ ପଞ୍ଚାୟତକୁ ପାଣି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଆସନ୍ତା ୨ ଦିନ ଭିତରେ ପାଣି ଯୋଗାଣ ନ ହେଲେ ପୁନର୍ବାର ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଚେତାବନୀ ଦେଇଛନ୍ତି।

                   

ଆଜିର କାର୍ଯ୍ୟକ୍ରମରେ - ନଶିର ଅହମେଦ, ସନ୍ତୋଷ ପ୍ରଧାନ, ସୋମ୍ୟରଞ୍ଜନ ପ୍ରଧାନ, ପରାହ୍ଲାଦ ବରାଡ, ସତ୍ୟବାନ ନାୟକ ସୂର୍ଯ୍ୟମଣି ବେହେରା, ସଂଜୟ କୁମାର ନାୟକ, ପ୍ରମୁଖ ସହିତ କୈଳାଶ ସାହୁ ମାଗି ଭାଇ, ସୋମନାଥ, ରଜନୀକାନ୍ତ, ଜଡ଼ା ଭାଇ ଭଳି ପ୍ରମୁଖ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ.। ( ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ)

Post a Comment

0 Comments